Cricket

ଭାରତକୁ ୨୯୯ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

(ଓଡିଶା ସ୍ପୋର୍ଟ): ଆଡିଲେଡରେ ଚାଲିଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆରେ କଙ୍ଗାରୁ ଟିମ ୨୯୮ ରନ ସଂଗ୍ରହ କରିଛି । ସନ ମାର୍ଶଙ୍କ ଶତକ ବଳରେ କଙ୍ଗାରୁ ଟିମ ଭାରତ ସାମ୍ନାରେ ୨୯୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଠ୍ରେଲିଆ ନିର୍ଧାରିତ ୫୦ ଓଭରରେ ୯ ୱିକେଟ ୨୯୮ ହରାଇ ରନ ବନାଇଛି ।

ଦଳ ପକ୍ଷରୁ ସନ ମାର୍ଶ ସର୍ବାଧିକ ୧୩୧ ରନ କରିଛନ୍ତି । ଏହା ସହ ଗ୍ଲେନ ମ୍ୟାକ୍ସୱେଲ(୪୮), ମାର୍କସ ଷ୍ଟୋଇନସ(୨୯), ପିଟର ହାଣ୍ଡସକମ୍ବ(୨୦), ଆଲେକ୍ସ କେରୀ(୧୮), ଆରୋନ ଫିଂଚ(୬), ଉସମାନ ଖ୍ୱାଜା(୨୧) ରନ ସ୍କୋର କରିଛନ୍ତି ।

ସେହିପରି ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ଚାରୋଟି ୱିକେଟ ହାସଲ କରିଥିବା ବେଳେ, ମହମ୍ମଦ ସାମି ତିନୋଟି ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଛନ୍ତି ।

Related posts

ବିଶ୍ୱକପ ଜିତିବା ପରେ ଡିଏସପି ହେଲେ ରିଚା ଘୋଷ, ରାଜ୍ୟ ସରକାର କଲେ ସମ୍ମାନିତ

Odisha Sports Bureau

BCCI ଓ୍ଵାନଡେ ଟିମରେ ସାମିଲ ହେଲେ ରିଙ୍କୁ ସିଂ

କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିବାକୁ ନିକଟତର ରୋହିତ ଶର୍ମା

Odisha Sports Bureau