Cricket

ଭାରତ ଠାରୁ ହାରିଲା ପାକିସ୍ତାନ, ଆଇସିସି ଶୁଣାଇଲେ ନିଷ୍ପତ୍ତି

 ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବିବାଦ ନିବାରଣ ପେନାଲ ବିସିସିଆଇ ବିରୋଧରେ ପାକିସ୍ତାନ କ୍ରିକେଟ ବୋର୍ଡ଼ (ପିସିବି)ର କ୍ଷତିପୂରଣ ଦାବିକୁ ଖାରଜ କରି ଦେଇଛନ୍ତି । ପିସିବି ଭାରତୀୟ କ୍ରିକେଟ ବୋର୍ଡ ଉପରେ ଦ୍ୱିପାକ୍ଷିକ ଶୃଙ୍ଖଳା ସହିତ ଜଡ଼ିତ ବୁଝାମଣା ପତ୍ର (ଏମଓୟୁ)ର ସମ୍ମାନ ନକରିବା ଅଭିଯୋଗ ଆଣିଥିଲା।

ଆଇସିସି ନିଜର ଅଫିସିଆଲ ଟୁଇଟରରେ ପୋଷ୍ଟ କରିଛି ଯେ, ବିବାଦ ନିବାରଣ ପେନାଲ ‘ବିସିସିଆଇ’ର ବିପକ୍ଷରେ ପାକିସ୍ତାନ ମାମଲାକୁ ଖାରଜ କରି ଦେଇଛି ।
ପିସିବି ବିସିସିଆଇ ସାମ୍ନାରେ ଏମଓୟୁର ସମ୍ମାନ ନ କରିବା ଅଭିଯୋଗ ଆଣି ୪୪୭ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲା। ଏହି ଏମଓୟୁ ବଳରେ ଭାରତକୁ ୨୦୧୫ରୁ ୨୦୨୩ ମଧ୍ୟରେ ପାକିସ୍ତାନ ସହିତ ୬ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବାର ଥିଲା । ବିସିସିଆଇ ଏହାର ଉତ୍ତରରେ କହିଥିଲା ଯେ, ଏହି କଥିତ ଏମଓୟୁକୁ ମାନିବାକୁ ବାଧ୍ୟ ନୁହେଁ ଏବଂ ଏହା କୌଣସି ପାକିସ୍ତାନ ଭାରତ ଦ୍ୱାରା ଦିଆଯାଇଥିବା ଆଇସିସିର ରାଜସ୍ୱ ମଡେଲକୁ ସଂପୂର୍ଣ୍ଣ ରୂପେ ସମର୍ଥନ କରି ନାହିଁ। ଆଇସିସି ଏହା ପରେ ପିସିବିର ସହାୟତା ଦାବି ଉପରେ ବିଚାର ପାଇଁ ୩ ସଦସ୍ୟ ଯୁକ୍ତ ବିବାଦ ନିବାରଣ କମିଟି ଗଠନ କରିଥିଲା ।

Related posts

ଟ୍ରଫି ପାଇଁ ୮ଶହ କୋଟିର କ୍ଷତି ସହିଲା ପାକିସ୍ତାନ କ୍ରିକେଟ ବୋର୍ଡ

Odisha Sports Bureau

ଦିଲ୍ଲୀ ବିସ୍ଫୋରଣରେ ଦୁଃଖ ପ୍ରକାଶ କଲେ ଖେଳାଳୀ, ଜାଣନ୍ତୁ ସେମାନେ କ’ଣ କହିଲେ

Odisha Sports Bureau

ୱାଙ୍ଖଡ଼େରେ ଆଜି ଉନ୍ମୋଚିତ ହେବ ସଚିନଙ୍କ ପ୍ରତିମୂର୍ତ୍ତି

Odisha Sports Bureau