Cricket

ଗୁରୁଦିବସରେ ଗୁରୁଙ୍କୁ ମନେପକାଇଲେ ସଚିନ

(ଓଡିଶାସ୍ପୋର୍ଟସ ): ଆଜି ହେଉଛି ପବିତ୍ର ଗୁରୁଦିବସ । ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନଟିକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ମାଷ୍ଟର୍ ବ୍ଲାଷ୍ଟର୍ ତଥା ଭାରତରତ୍ନ ସଚିନ୍ ତେନ୍ଦୁଲକର ତାଙ୍କ ଗୁରୁ ରମାକାନ୍ତ ଆଚ୍ରେକରଙ୍କୁ ମନେ ପକାଇଛନ୍ତି ଓ ଏକ ଟ୍ୱିଟ୍ କରିଛନ୍ତି।

ସେ ଟ୍ୱିଟ୍ କରି ଲେଖିଛନ୍ତି,“ଶିକ୍ଷକମାନେ କେବଳ ଶିକ୍ଷାଦାନ କରନ୍ତି ନାହିଁ, ଜୀବନର ମୂଲ୍ୟବୋଧ ମଧ୍ୟ ଶିଖାନ୍ତି। ଆଚ୍ରେକର ସାର୍ ମୋତେ ଉଭୟ ଖେଳରେ ଓ ଜୀବନରେ ସବୁବେଳେ ସିଧା ଖେଳିବା ଶିଖାଇଥିଲେ। ମୋ ଜୀବନ ଗଢ଼ିବାରେ ତାଙ୍କର ଯେଉଁ ଅମାପ ଯୋଗଦାନ ରହିଛି, ସେଥିପାଇଁ ମୁଁ ତାଙ୍କ ନିକଟରେ ସବୁଦିନେ କୃତଜ୍ଞ ରହିବ। ସେ ଶିଖାଇଥିବା କଥା ଏବେ ବି ମୋତେ ଦିଗ୍ଦର୍ଶନ ଦିଏ।’
ଏହି ଲେଖା ସହିତ ସଚିନ୍ ତାଙ୍କ ଗୁରୁ ତାଙ୍କୁ ବ୍ୟାଟିଂର କୌଶଳ ଶିଖାଉଥିବାର ଏକ ଫଟୋ ମଧ୍ୟ ଶେଆର୍ କରିଛନ୍ତି।

Related posts

ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଅନ୍ତିମ ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି; ମାର୍ନସ୍ ଲାବୁସେନଙ୍କୁ ମିଳିଲା ସ୍ଥାନ, ଏଗର ବାହାର

Odisha Sports Bureau

ଖେଳରୁ ବାଦ୍ ପଡିଲେ ବୁମ୍ରା !

Odisha Sports Bureau

ବିଶ୍ୱକପ କ୍ରିକେଟ କ୍ରେଜ ଚରମ ସୀମାରେ:ପ୍ରଥମ ଦିନରେ ଟିକେଟ ବିକ୍ରି ୱେବସାଇଟ କ୍ରାସ

Odisha Sports Bureau