Cricket

ଭାରତ – ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-୨୦ ମ୍ୟାଚ

(ଓଡିଶା ସ୍ପୋର୍ଟସ): ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ଗାୟନାର ପ୍ରୋଭିଡେନ୍ସ ଷ୍ଟାଡିୟମ୍ରେ ଏହି ମ୍ୟାଚ ଖେଳାଯିବ। ସିରିଜରେ ପ୍ରଥମ ୨ଟି ଯାକ ଟ୍ୱେଣ୍ଟି-୨୦ ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଛି। ପ୍ରଥମ ୨ଟି ମ୍ୟାଚ୍ ଆମେରିକାରେ ଖେଳା ଯାଇଥିବା ବେଳେ ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ରେ ଖେଳାଯିବ। ଭାରତୀୟ ସମୟ ରାତି ଆଠଟାରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ଭାରତ ଆଜିର ମ୍ୟାଚ୍ ଜିତି ସିରିଜ୍କୁ ୩-୦ରେ ଜିତି ନେବାକୁ ଲକ୍ଷ୍ୟ ରଖିଥିବା ବେଳେ ସମ୍ମାନ ଦୃଷ୍ଟିରୁ ୱେଷ୍ଟଇଣ୍ଡିଜ ମଧ୍ୟ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ ।
ଟ୍ବେଣ୍ଟି-୨୦ସିରିଜ୍ ପରେ ଗୁରୁବାରଠାରୁ ଉଭୟ ଦଳ ମଧ୍ୟରେ ତିନୋଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଓ ପରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ।

Related posts

ଟେଷ୍ଟ ଫର୍ମାଟ୍‌ରେ ପରିବର୍ତ୍ତନ କ୍ଷତିକାରକ ସାବ୍ୟସ୍ତ ହେବାର ସମ୍ଭାବନା: କୋହଲି

Odisha Sports Bureau

ଦିନିକିଆ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡ଼ିୟମ ବୁଲି ଅନୁଧ୍ୟାନ କଲେ ମନ୍ତ୍ରୀ

Odisha Sports Bureau

୧୨ ବର୍ଷ ପରେ ଗୋଟିଏ ଇନିଂସରେ ତିନି ଖେଳାଳି ରନ୍ ଆଉଟ୍

Odisha Sports Bureau