(ଓଡିଶା ସ୍ପୋର୍ଟସ): ଭାରତୀୟ ମହିଳା ହକି ଟିମ୍ ଇଂଲଣ୍ଡ ଟୁରର ନିଜର ତୃତୀୟ ମ୍ୟାଚ୍ ମଙ୍ଗଳବାର ଦିନ ଏଠାରେ ‘ଡ୍ର’ ଖେଳିଛି । ଭାରତୀୟ ଟିମ୍ ପ୍ରଥମ କ୍ୱାଟରର ଶେଷରେ ଆକ୍ରମଣାତ୍ମକ ଖେଳିଥିଲା ଏବଂ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା କିନ୍ତୁୁ ସେ ଏହାର ଫାଇଦା ଉଠାଇପାରିଲା ନାହିଁ । ଭାରତୀୟ ଟିମ୍ ଦ୍ୱିତୀୟ କ୍ୱାଟରରେ ମଧ୍ୟ ଆକ୍ରମଣାତ୍ମକ ଖେଳ ଖେଳୀଥିଲା । ୨୦ତମ ମିନିଟ୍ରେ ଭାରତକୁୁ ଦ୍ୱିତୀୟ ପେନାଲ୍ଟିି ମିଳିଥିଲା କିନ୍ତୁ ବ୍ରିିଟିସ୍ ଟିମ୍ ଏହାର ସାନଦାର ରକ୍ଷଣ କରିଥିଲେ ।
ତୃତୀୟ କ୍ୱାଟରର ଆରମ୍ଭରେ ଭାରତୀୟ ଟିମ୍ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା କିନ୍ତୁ ସେ ଏହାକୁ ମଧ୍ୟ ଖରାପ କରିଥିଲା । ବ୍ରିଟେନ୍ ଜବାବ ଆକ୍ରମଣ କରି ୩୫ତମ ମିନିଟରେ ପ୍ରଥମ ପେନାଲ୍ଟୀ କର୍ଣ୍ଣର ହାସଲ କରିଥିଲା ଭାରତୀୟ ଗୋଲକିପର ସବିତା ତାହାର ଭଲ ରକ୍ଷଣ କରିଥିଲା । ଭାରତୀୟ ଟିମ୍ ଆକ୍ରମଣାତ୍ମକ ବ୍ୟବହାର ଜାରି ରଖିଥିଲା ଏବଂ ୩୮ତମ ମିନିଟରେ ଚତୁର୍ଥ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଏଥର ମ୍ୟଚ୍ରେ ମଧ୍ୟ ଅସଫଳ ରଖିଥିôଲା ।
ଚତୁର୍ଥ କ୍ୱାଟରରେର ମଧ୍ୟ ଦୁଇ ଟିମ୍ ଗୋଲ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କୁ ସଫଳତା ମିଳି ନଥିଲା । ଶେଷ ସମୟରେ ଭାରତ ପାଖରେ ଗୋଲ କରିବାର ସୁୁଯୋଗ ରହିଥିଲା, ଏଥର ମଧ୍ୟ ସେ ପେନାଲ୍ଟି କର୍ଣ୍ଣଲକୁୁ ବେକାର କରିଦେଇଥିଲା ।
previous post