Badminton

ମାଲେସିଆ ମାଷ୍ଟର୍ସ ବ୍ୟାଡ଼ମିଣ୍ଟନ, କ୍ୱାର୍ଟର ଫାଇନାଲରେ ସାଇନା

(ଓଡ଼ିଶା ସ୍ପୋର୍ଟସ ): ମାଲେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସାଇନା ନେହ୍ୱାଲ । ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ରାଉଣ୍ଡ-୧୬’ର ଏକ ମୁକାବିଲାରେ ସାଇନା ୨୫-୨୩, ୨୧-୧୨ ଗେମ୍ରେ ଦକ୍ଷିଣ କୋରିଆର ଆଲ ସେ ୟଙ୍ଗ୍ଙ୍କୁ ହରାଇଛନ୍ତି। ଏହି ମ୍ୟାଚ୍ ଜିତିବାକୁ ସାଇନାଙ୍କୁ ୩୯ ମିନିଟ୍ ସମୟ ଲାଗିଥିଲା। କ୍ୱାର୍ଟର ଫାଇନାଲରେ ସାଇନାଙ୍କ ମୁକାବିଲା ଅଲିମ୍ପିକ ଚାମ୍ପିୟନ କାରୋଲିନା ମାରିନଙ୍କ ସହ ହେବ। ସେହିଭଳି ପୁରୁଷ ସିଙ୍ଗଲ୍ସ ଏକ ମୁକାବିଲାରେ ସମୀର ବର୍ମା ୧୯-୨୧, ୨୦-୨୨ ସିଧାସଳଖ ଗେମ୍ରେ ଲି ଜି ଜିଆଙ୍କଠାରୁ ହାରି ୨ୟ ରାଉଣ୍ଡରୁ ବିଦାୟ ନେଇଛନ୍ତି।

Related posts

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ତାଇ ଜୁ ୟିଙ୍ଗ୍‌ଠାରୁ ପରାସ୍ତ ହେଲେ ସିନ୍ଧୁ

Odisha Sports Bureau

ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

Odisha Sports Bureau

ତାଜିକସ୍ତାନରେ ସ୍ବର୍ଣ୍ଣ ଜିତିଲେ ପଣ୍ଡା ଭଉଣୀ

Odisha Sports Bureau