Uncategorized

ମୁହଁ ଖୋଲିଲେ ରବିଚନ୍ଦ୍ରନ ଅଶ୍ୱିନ

 ବ୍ୟୁରୋ; ମୁହଁ ଖୋଲିଲେ ରବିଚନ୍ଦ୍ରନ ଅଶ୍ୱିନ । ଆଇପିଏଲ ଟ୍ରେଡ ଗୁଜବକୁ ନେଇ ସିଏସକେକୁ ଉତ୍ତର ମାଗିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଆଇପିଏଲ ୨୦୨୬ ସିଜିନ ଆରମ୍ଭ ହେବା ପୂର୍ବରୁ ଗୁଜବକୁ ନେଇ ବିବାଦ ଦେଖାଦେଲାଣି । ଏବିଷୟରେ ଚେନ୍ନାଇ ସୁପରକିଙ୍ଗସ୍ କୁ ସ୍ପଷ୍ଟ ଉତ୍ତର ମାଗିଛନ୍ତି

୨୦୨୫ ମେଗା ନିଲାମରେ ଅଶ୍ବିନଙ୍କୁ ୯.୭୫ କୋଟି ଟଙ୍କାରେ କିଣିଥିଲା ସିଏସକେ । ହେଲେ ଏହି ସିଜିନ ତାଙ୍କ ପାଇଁ ନିରାଶଜନକ ରହିଥିଲା । ଅଶ୍ୱିନୀ ୯ଟି ମ୍ୟାଚରେ ମାତ୍ର ୭ୱିକେଟ୍ ନେଇଥିଲେ । ସେ ମାତ୍ର ୩୩ ରନ୍ କରିଥିଲେ । ତାଙ୍କ ଆଇପିଏଲ କ୍ୟାରିୟରରେ ପ୍ରଥମଥର ପାଇଁ ଗୋଟିଏ ସିଜିନରେ ୧୨ରୁ କମ୍ ମ୍ୟାଚ୍ ଖେଳିଥିଲେ । ନିକଟରେ ରିପୋର୍ଟରେ ଦାବି କରାଯାଇଛି ଯେ, ସେ ତାଙ୍କ ଭବିଷ୍ୟତ ବିଷୟରେ ସିଏସକେ ସହିତ କଥା ହୋଇଛନ୍ତି ।

ସେ ଛାଡିବେ କି ନାହିଁ ବିଚାର କରିପାରନ୍ତି । ଅଶ୍ୱିନ ଏହାମଧ୍ୟ କହିଛନ୍ତି, ଆରଆରରେ ଖେଳୁଥିବା ସମୟରେ ପ୍ରଥମବର୍ଷ ପରେ ମୁଁ ସିଇଓଙ୍କ ଠାରୁ ଏକ ମେଲ୍ ପାଉଥିଲି । ଯେଉଁଥିରେ ପରଫରମାନ୍ସ ଏବଂ ବାର୍ଷିକ ଚୁକ୍ତି ନବୀକରଣ ବିଷୟରେ ଆଲୋଚନା କରାଯାଉଥିଲା । ବର୍ତ୍ତମାନ ,ତାଙ୍କ ଭବିଷ୍ୟତ ତାଙ୍କ ହାତରେ ନାହିଁ ।

ଅଶ୍ୱିନୀ କହିଛନ୍ତି, ମୋ ବିଷୟରେ କିମ୍ବା ସଞ୍ଜୁଙ୍କ ବିଷୟରେ ଯେଉଁ ଖବର ଆସୁଛି ତାହା ଖେଳାଳିମାନଙ୍କ ଠାର ନୁହେଁ , ହୁଏତ ଏହି ଗୁଜବ ଫ୍ରାଞ୍ଚାଇଜ୍ ପକ୍ଷରୁ ଆସୁଛି । କିନ୍ତୁ ମୁଁ ଜାଣିନାହିଁ ଯେ କିଏ ସେଗୁଡ଼ିକୁ ପ୍ରଚାର କରୁଛି। ଆଇପିଏଲ ଟ୍ରେଡ୍ ୱିଣ୍ଡୋ ସାଧାରଣତଃ ସିଜିନ୍ ଶେଷ ହେବାର ଗୋଟିଏ ମାସ ପରେ ଖୋଲିଥାଏ । ପରବର୍ତ୍ତୀ ନିଲାମ ପୂର୍ବରୁ ଗୋଟିଏ ସପ୍ତାହ ପର୍ୟ୍ୟନ୍ତ ଚାଲିଥାଏ । କିନ୍ତୁ ଏହାକୁ ନେଇ କିଏ ଗୁଜବ ପ୍ରଚାର କରୁଛି, ତାହା ଏଯାଏଁ ଜଣାପଡିନାହିଁ ।

Related posts

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

Odisha Sports Bureau

ହକି ଇଣ୍ଡିଆ ବିଶ୍ୱକପ ପାଇଁ ୧୮ ଜଣିଆ ଟିମ୍ ଘୋଷଣା

Odisha Sports Bureau

ମୋଟର ରେସିଂ ଦୁର୍ଘଟଣାରେ ଚାଲିଗଲା ଭାଣ୍ଟ ହଫ୍‌ଙ୍କ ଜୀବନ

Odisha Sports Bureau