Cricket

ରାମେଶ୍ବର କପ କନିଷ୍ଠ କ୍ରିକେଟ୍, ଏମ୍ସିସିକୁ ପରାସ୍ତ କରି ସହିଦ ସ୍ପୋର୍ଟିଂ ବିଜୟୀ

(ଓଡିଶା ସ୍ପୋର୍ଟ): ରାମେଶ୍ବର କପ କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତାର ତୃତୀୟ ସଂସ୍କରଣ ଆରମ୍ଭ ହୋଇଛି। ଉଭୟ ୧୯ ଓ ୧୬ ବର୍ଷରୁ କମ୍ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ ।ପ୍ରତିଯୋଗିତାର ଉଦ୍ଘାଟନୀ ମୁକାବିଲାକୁ ସହିଦ ସ୍ପୋର୍ଟିଂ ଜିତିନେଇଛି। ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସହିଦ ସ୍ପୋର୍ଟିଂ । ଏହି ପ୍ରତିଯୋଗିତାର ସହିଦ ସ୍ପୋର୍ଟିଂ ୧୮ ରନ୍ରେ ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍ (ଏମ୍ସିସି)କୁ ପରାସ୍ତ କରିଛି। ସହିଦ ସ୍ପୋର୍ଟିଂ ଆର୍ୟ୍ୟ ଜେନା (୬୧)ଙ୍କ ଅର୍ଧଶତକ ସାଙ୍ଗକୁ ଦୀପ୍ତାଂଶୁ ପରିଡ଼ାଙ୍କ ୪୭ ରନ୍ ବଳରେ ୩୮.୨ ଓଭରରେ ୨୩୪ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏମ୍ସିସି ପକ୍ଷରୁ ସଫଳ ବୋଲର ଭାବେ ଗୌରିଶ ପାତ୍ର ୪ ଓ ସୁଜିତ୍ କୁମାର ୩ ୱିକେଟ୍ ଅକ୍ତିଆର କରିଥିଲେ। ତେବେ ଦେବାଶିଷ ରାଉତ (୫୮)ଙ୍କ ଅର୍ଧଶତକ ଓ ବିସ୍ମୟ ରାଉତଙ୍କ ୪୯ ରନ୍ ସତ୍ତ୍ବେ ଏମସିସି ୩୫ ଓଭରରେ ୨୧୬ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ବ୍ୟାଟିଂରେ ଅର୍ଧଶତକ ପରେ ବୋଲିଂରେ ୪ ୱିକେଟ୍ ଦଖଲ କରି ଆର୍ୟ୍ୟ ଜେନା ସହିଦ ସ୍ପୋର୍ଟିଂ ବିଜୟର କର୍ଣ୍ଣଧାର ସାଜିଥିଲେ। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। କନିଷ୍ଠ କ୍ରିକେଟ୍ ଚୟନକର୍ତା ସୌରଭ ସେହଗଲ୍ ଏବଂ ସାମାଜିକ କର୍ମୀ ଦେବୀପ୍ରସାଦ ମହାନ୍ତି ଅତିଥି ଭାବେ ଯୋଗଦେଇ ଆର୍ୟ୍ୟଙ୍କୁ ପୁରସ୍କୃତ କରିଥିଲେ। ପ୍ରିୟବ୍ରତ ପ୍ରଧାନ ଓ ଆଲୋକ ଦାସ ମ୍ୟାଚ୍ ପରିଚାଳନା କରିଥିଲେ। କୃଷ୍ଣ ଆଚାର୍ୟ୍ୟ ଓ ମହେଶ ପ୍ରଧାନ ସ୍କୋରର୍ ଦାୟିତ୍ବ ତୁଲାଇଥିଲେ।

Related posts

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ ।

Odisha Sports Bureau

ଟି-୨୦ରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ ଇଣ୍ଡିଆ

Odisha Sports Bureau

ଫର୍ମରେ ଅଛନ୍ତି ଟିମ୍ ଇଣ୍ଡିଆର ଧ୍ରୁବ ଜୁରେଲ୍

Odisha Sports Bureau