Cricket

ରୋହିତ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଜୋରିମନା ଦେବେ

(ଓଡିଶା ସ୍ପୋର୍ଟ): ରୋହିତ ଶର୍ମାଙ୍କ ଖରାପ ବ୍ୟବହାର ପାଇଁ ଦଣ୍ଡିତ ହେବାକୁ ପଡ଼ିଛି । ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଆଉଟ୍ ହେବା ପରେ ରୋହିତ ନିରାଶ ହୋଇ ଷ୍ଟମ୍ପକୁ ନିଜ ବ୍ୟାଟରେ ମାରିଥିଲେ।

ଏହି କାରଣରୁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ କାଟି ନିଆଯାଇଛି। ଏହି ମ୍ୟାଚରେ ରୋହିତ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ସେ ନନଷ୍ଟ୍ରାଇକର ଏଣ୍ଡକୁ ଯାଇ ନିଜ ବ୍ୟାଟରେ ଷ୍ଟମ୍ପକୁ ମାରିଥିଲେ।

ଏହିପରି ଭାବେ ସେ ଆଇପିଏଲ ଆଚାର ସଂହିତା ନିୟମ ଲେଭଲ୍-୧ ଧାରା ୨.୨ର ଉଲ୍ଲଙ୍ଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରୋହିତ ଏହି ଭୁଲ୍ ପାଇଁ କ୍ଷମା ପ୍ରାର୍ଥନ କରିଛନ୍ତି ଏବଂ ନିଜ ଉପରେ ଲାଗିଥିବା ଜୋରିମାନାକୁ ମଧ୍ୟ ସ୍ୱୀକାର କରିଛନ୍ତି।

Related posts

WPL 2026ରେ DCକୁ ଧୁଳି ଚଟେଇଲା RCB, ଇତିହାସ ସୃଷ୍ଟି କଲେ ସ୍ମୃତି

Odisha Sports Bureau

ଭାରତ ବନାମ ଇଣ୍ଡିଜ୍ – ଅଢ଼େଇ ଦଶକ ପରେ ଉତ୍ତର ପ୍ରଦେଶର ହେବ ଟି ୨୦ ମୁକାବିଲା

Odisha Sports Bureau

ବିବାଦରେ ସନରାଇଜର୍ସ ଲିଡ୍ସ, ‘ଦ ହଣ୍ଡ୍ରେଡ’ ନିଲାମରେ ପାକିସ୍ତାନୀ ଖେଳାଳିଙ୍କୁ କିଣି ଏବେ ଚିନ୍ତାରେ

Odisha Sports Bureau