Golf

ଶିବ ଏବଂ ଚିକ୍କାରଙ୍ଗପ୍ପା ସଂୟୁକ୍ତା ଦ୍ୱିତୀୟ ସ୍ଥାନରେ, କିମ୍ ଜିତିଲେ ଟାଇଟଲ୍

(ଓଡିଶା ସ୍ପୋର୍ଟସ): ଭାରତୀୟ ଗଲ୍ଫର ଶିବ କପୁରଙ୍କୁ ଶେଷ ହୋଲରେ ଦୁଇଟି ବୋଗିଜ୍ କରିବା ମହଙ୍ଗା ପଡିଲା ଯାହାଫଳରେ ସେ ପେନାସୋନିକ୍ ଓପନର ତୃତୀୟ ଶେଷ ପର୍ଯ୍ୟାୟରେ ହମବତନ ଏସ୍ ଚିକ୍କାରଙ୍ଗପ୍ପାଙ୍କ ସହିତ ସଂୟୁକ୍ତା ରୂପରେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି । କୋରିଆର ୧୭ ବର୍ଷିୟ ଜୋହ୍ୟୁଙ୍ଗ୍ କିମ୍ ୭ଅଣ୍ଡର ୬୫ର କାର୍ଡ ଖେଳୀ ମୋଟାମୋଟି ୧୩ ଅଣ୍ଡର ୨୦୩ର ସ୍କୋର ସହିତ ଟାଇଟଲ୍ ଜିତିଛନ୍ତି । ଗତ ସପ୍ତାହରେ ଥାଇଲାଣ୍ଡ ଓପନରେ ସଂୟୁକ୍ତା ରୂପରେ ଶୀର୍ଷ ସ୍ଥାନରେ ରହିବାପରେ ପ୍ଲେଅଫ୍ ରେ ଦ୍ୱିତୀୟ ସ୍ଥାନକୁ ଖସିଯାଇଥିବା କପୁର ରବିବାରଦିନ ଏଠାରେ ୨ ଅଣ୍ଡର ୭୦ର କାର୍ଡ ଖେଳିଥିଲେ ଯେଉଁଥିରେ ତାଙ୍କର ମୋଟ ଅଙ୍କ ୧୨ ଅଣ୍ଡର ୨୦୪ ରହିଛି । ଚିକ୍କାରଙ୍ଗପ୍ପା ପାଞ୍ଚ ଅଣ୍ଡର ୬୭ର କାର୍ଡ ଖେଳିଛନ୍ତି ।

ଅନ୍ୟ ଭାରତୀୟମାନଙ୍କ ମଧ୍ୟରେ ବିକ୍ରାନ୍ତ ଚୋପଡା (୧୦ ଅଣ୍ଡର ୨୦୬) ଏବଂ ବୀର ଅହଲାଭତ (୮ ଅଣ୍ଡର ୨୦୮) କ୍ରମଶଃ ସଂୟୁକ୍ତା ୮ମ ସ୍ଥାନ ସହିତ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଅର୍ଜୁନ ପ୍ରସାଦ ଏବଂ ଏମ୍ ଧର୍ମା ୧୧ତମ ସ୍ଥାନରେ ଯେତେବେଳେ କି ଓମ୍ ପ୍ରକାଶ ଚୌହାନ, କରନଦିପ କୋଚର, ଖାଲିନ ଯୋଶୀ ଏବଂ ରାଶିଦ ଖାନ(୬ ଅଣ୍ଡର ୨୧୦)ର ସ୍କୋର ସହିତ ସଂୟୁକ୍ତା ୧୪ତମ ସ୍ଥାନରେ ରହିଛନ୍ତି । କୁହୁଡି କାରଣରୁ ପ୍ରଥମ ପାଳିର ଖେଳ ପ୍ରଭାବିତ ହେବା ପରେ ଏହି ପ୍ରତିଯୋଗିତାକୁ ତିନୋଟି ପର୍ଯ୍ୟାୟ କରାଯାଇଥିଲା ।

Related posts

ବନବିଭାଗ ହାତରେ ଗଲଫ ଖେଳାଳି

Odisha Sports Bureau

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀ

Odisha Sports Bureau

ଜନ୍ ରାମଙ୍କ ରୋମାଞ୍ଚକର ବିଜୟ

Odisha Sports Bureau

Leave a Comment