Cricket

ସଚିନଙ୍କ ରେକର୍ଡ଼ ଭାଙ୍ଗିପାରନ୍ତି ରୋହିତ

(ଓଡ଼ିଶା ସ୍ପୋର୍ଟ): ପୁଣି ଥରେ ଏକ ବଡ଼ ରେକର୍ଡ଼ର ଅଧିକାରୀ ହୋଇପାରନ୍ତି ରୋହିତ ଶର୍ମା । ସେ ସେମି ଫାଇନାଲରେ ବଡ଼ ରେକର୍ଡ କରି ପାରନ୍ତି। ବର୍ତ୍ତମାନ ୨୦୧୯ ବିଶ୍ୱକପରେ ଚତ୍ମକାର ଫର୍ମରେ ଅଛନ୍ତି ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମା । ବିଶ୍ଵକପରେ ଏ ପର୍ଯ୍ୟନ୍ତ ସେ ୫ ଶତକ ଲଗାଇ ସାରିଥିବା ରୋହିତ ଏବେ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ବିଶ୍ଵ ରେକର୍ଡ ଠୁ କେବଳ ୨୭ ରନ ଦୂରରେ ଅଛନ୍ତି। ସଚିନଙ୍କ ନାମରେ ଗୋଟିଏ ବିଶ୍ଵକପରେ ସର୍ବାଧିକ ରନ କରିବାର ରେକର୍ଡ ରହିଛି। ସେ ୨୦୦୩ ସଂସ୍କରଣରେ ୧୧ଟି ମ୍ୟାଚରୁ ମୋଟ୍ ୬୭୩ ରନ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୬ ଅର୍ଦ୍ଧଶତକ ସାମିଲ। ରୋହିତ ଏ ପର୍ୟ୍ୟନ୍ତ ୮ଟି ମ୍ୟାଚରୁ ମୋଟ୍ ୬୪୭ ରନ କରିଛନ୍ତି। ଏଥିରେ ୫ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଛି। ଯଦି ରୋହିତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୭ ରନ କରି ନିଅନ୍ତି ତେବେ ସେ ସଚିନଙ୍କ ବିଶ୍ଵ ରେକର୍ଡ ଭାଙ୍ଗି ପାରନ୍ତି।

ରୋହିତ ଶର୍ମାଙ୍କ ଟାର୍ଗେଟରେ ଆଉ ଏକ ବିଶ୍ଵ ରେକର୍ଡ ମଧ୍ୟ ରହିବ। ଯଦି ସେ ସେମି ଫାଇନାଲରେ ୫୩ ରନ କରି ଦିଅନ୍ତି ତେବେ ବିଶ୍ଵକପର ଗୋଟିଏ ସଂସ୍କରଣରେ ୭୦୦ ରନ କରିବାରେ ପ୍ରଥମ କ୍ରିକେଟର ହୋଇ ପାରନ୍ତି। ରୋହିତ ଗୋଟିଏ ବିଶ୍ଵ କପରେ ସର୍ବାଧିକ ଶତକ ହାସଲ କରିବାର ବିଶ୍ଵ ରେକର୍ଡ କରି ସାରିଛନ୍ତି।
ହିଟମ୍ୟାନଙ୍କ ନାମରେ ପ୍ରସିଦ୍ଧ ଭାରତୀୟ କ୍ରିକେଟର ରୋହିତ ଶର୍ମା ଯଦି ସେମି ଫାଇନାଲରେ ଶତକ ହାସଲ କରନ୍ତି ତେବେ ବିଶ୍ଵ କପରେ ସବୁଠୁ ଅଧିକ ଶତକ ଲଗାଇବାର ସଚିନଙ୍କ ବିଶ୍ଵ ରେକର୍ଡ ଭାଙ୍ଗି ପାରନ୍ତି। ସଚିନଙ୍କ ନାମରେ ବିଶ୍ଵ କପରେ ୬ ଶତକ ରହିଛି, ମାତ୍ର ସେ ଏହି ଉପଲବ୍ଧି ୬ଟି ବିଶ୍ଵ କପରେ ହାସଲ କରିଛନ୍ତି। ଅନ୍ୟ ପଟେ ରୋହିତ ନିଜର କ୍ୟାରିୟରର ଦ୍ଵିତୀୟ ବିଶ୍ଵ କପ ଖେଳୁଛନ୍ତି।

Related posts

ମ୍ୟାନ ଅଫ ଦ ମ୍ୟାଚ ପାଇବା ପରେ କ’ଣ କହିଲେ ହିଟମ୍ୟାନ

Odisha Sports Bureau

କ୍ୟାପଟେନ ପଦ ଛାଡିଲେ କେନ ୱିଲିୟମସନ

ବଦଳିବ ଆଇପିଏଲର ରୂପରେଖ

Odisha Sports Bureau