Cricket

ବିରାଟ – ଗମ୍ଭୀର କୁ ନେଇ UP ପୋଲିସ ଟ୍ୱିଟ୍

ବିରାଟ କୋହଲୀ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ କଥା କଟାକାଟିକୁ ।ନେଇ ଚର୍ଚ୍ଚ ସବୁଆଡେ ଦେଖାଯାୁଛି । ସେହି କଥାକଟା କଟି ସମୟର ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଉ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଥିଲା। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା । ଘଟଣାସ୍ଥଳରେ ଥିବା ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ ପ୍ଲେସିସ୍ ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟା ଦୁହିଁଙ୍କୁ ଅଲଗା କରିଦେଇଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ।
ଏବେ ଏଇ ମାମଲାକୁ ନେଇ ଏବେ ଏହି ମାମଲାକୁ ନେଇ ୟୁପି ପୋଲିସ୍ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ରୁ ଏକ ଟ୍ୱିଟ୍ କରାଯାଇଛି। କୋହଲି-ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ବେଳର ଫଟୋ ଶେୟାର କରାଯିବା ସହ କ୍ୟାପସନ୍ରେ ଲେଖା ଯାଇଛି, ‘କିଛି ବି ମସଲା ଆମ ପାଇଁ ‘ବିରାଟ’ ଓ ‘ଗମ୍ଭୀର’ ନୁହେଁ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ୧୧୨ ଡାଏଲ୍ କରନ୍ତୁ।’। ଆହୁରି କୁହାଯାଇଛି ଯେ, ‘ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ, ଆମକୁ ଡାକନ୍ତୁ ନାହିଁ। ତେବେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ୧୧୨ ଡାଏଲ୍ କରନ୍ତୁ’।

Related posts

ଦେଶର ପ୍ରମୁଖ ଫୁଟବଲ୍ କ୍ଲବ୍ ନାଁ ଜାଣିନାହାନ୍ତି ଭାରତର କ୍ରୀଡ଼ା ମନ୍ତ୍ରୀ

Odisha Sports Bureau

ଲୋକେ କିଛି ବି କୁହନ୍ତୁ ମୋତେ ଫରକ୍ ପଡେନାହିଁ: ଶିଖର ଧାୱନ

Odisha Sports Bureau

ନୂଆ ଇତିହାସ ସୃଷ୍ଟି କଲେ ଈଶାନ କିଶାନ

Odisha Sports Bureau