Cricket

ଘାତପ୍ରତିଘାତକୁ ସାମନା କରି ଦୀର୍ଘ ୪ ବର୍ଷ ପରେ ଜାତୀୟସ୍ତରୀୟ ଲୋକପ୍ରିୟ ଆନେକ୍ସ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

(ଜଗତସିଂହପୁର ପ୍ରତାପ କୁମାର ସିଂ):-ବହୁବାଦବିବାଦ ,ଘାତପ୍ରତିଘାତକୁ ସାମନା କରି ଦୀର୍ଘ ୪ ବର୍ଷପରେ ଜାତୀୟସ୍ତରୀୟ ଲୋକପ୍ରିୟ ଆନେକ୍ସ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ହିନ୍ଦୁସ୍ଥାନ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି ଜାତୀୟ ସ୍ତରୀୟ ୧୭ ତମ ଆନେକ୍ସ  କପ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ ବହୁ ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଇଜର କୁଳସଚିବ  ପ୍ରଫେସର ଅଭୟ କୁମାର ନାୟକ ଯୋଗଦେଇଥିବାବେଳେ ବହୁ ମାନ୍ୟଗଣ ବ୍ୟକ୍ତି ସମ୍ନାନିତ ଅତିଥିଭାବେ ଯୋଗଦେଇଥିଲେ । ଲୋକପ୍ରିୟ ଏହି ଆନେକ୍ସକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୪ ଦିନ ଧରି ବିଭିନ୍ନ ଦଳ ମଧ୍ୟରେ ବହୁ ପ୍ରତିଦ୍ୱନ୍ଦିତାପୂର୍ଣ ଓ ବନ୍ଧୁତାପୂର୍ଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାରୁ ୭ ଟି ସୁନାମଧନ୍ୟ କ୍ରିକେଟ ଦଳ ଭାଗନେଇଥିଲେ । ୪ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ ହୋଇଥିବା ଖେଳଗୁଡିକ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ କ୍ରିକେଟପ୍ରେମୀ ଆସି ରୁଣ୍ଡ ହୋଇଥବାର ଲକ୍ଷ କରାଯାଇଥିଲା । ଅନ୍ତିମ ତଥା ଉଦଜାପନି  କ୍ରିକେଟ ମ୍ୟାଚ କଟକର ସୁନାମଧନ୍ୟ କ୍ରିକେଟ ଦଳ ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ସହିତ ମହାରାଷ୍ଟ୍ର ରାଜ୍ୟ ପୁଣେର ପିଜି ଏକାଡେମୀ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ବିଜେତା  କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବକୁ ଅତିଥିମାନେ ୫୦ ହଜାର ଟଙ୍କାର ବ୍ୟାଙ୍କ ଚେକ ସହ ଆନେକ୍ସ କପ ଟ୍ରଫି ପ୍ରଦାନ କରିଥିଲେ ଓ ରନର୍ସଅପ ପୁଣେର ପିଜି କ୍ରିକେଟ ଏକାଡେମୀ ଦଳକୁ ମଧ୍ୟ ୩୦ ହଜାର ଟଙ୍କାର ବ୍ୟାଙ୍କଚେକ ସହ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ । ଉଦଜାପନି କ୍ରିକେଟ ମ୍ୟାଚ କାର୍ଯ୍ୟକ୍ରମରେ ବହୁ କ୍ରିକେଟପ୍ରେମୀ ଆଗ୍ରହର ସହ ମ୍ୟାଚ ଉପଭୋଗ କରିଥିଲେ ।

Related posts

ବର୍ଷା ସାଜିପାରେ ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ର ବଡ଼ ବାଧକ

ଯୁବରାଜ ; ପନ୍ତଙ୍କୁ ଟେଷ୍ଟ କ୍ରିକେଟର ଅଧିନାୟକ ଭାବରେ ପ୍ରସ୍ତୁତ କରାଯାଉ

Odisha Sports Bureau

ଭାରତ ପାଇଁ ଏକ ବଡ଼ ଝଟକା

Odisha Sports Bureau