Cricket

ସାଇ ସୁଦର୍ଶନଙ୍କ ଦମଦାର ପ୍ରଦର୍ଶନ

ନୁଆଦିଲ୍ଲୀ: ଚଳିତ ଆପିଏଲରେ ରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଟିମ ନେତୃତ୍ୱ ଟିମ ଗୁଜୁରାଟ ଟାଇଟନ୍ସ କ୍ରମାଗତ ଦ୍ୱିତୀୟ ଥର ବିଜୟ ହାସଲ କରିଛି । ସୁଦର୍ଶନଙ୍କ କାଲି ଦମଦାର ଖେଳ ପ୍ରଦର୍ଶନ ଦେଥିବାକୁ ମିଳିଥିଲା । ଯେଉଁଠାରେ ୪୮ଟି ବଲ ଖେଳି ୪ ଚୌକା ଓ ୨ ଛକା ସହ ୬୨ ରନ କରିନଥିଲେ ସେହିପରି ।ସାଇ ସୁଦର୍ଶନ ୪୮ଟି ବଲ ଖେଳି ୪ ଚୌକା ଓ ୨ ଛକା ସହ ୬୨ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ସେହିପରି ଡେଭିଡ ମିଲର ମଧ୍ୟ ୧୬ ବଲରୁ ୨ଟି ଲେଖାଏ ଛକା ଓ ଚୌକା ସହ ବିସ୍ଫୋରକ ୩୧ ରନକରି ଅପରାଜିତ ରହିଥିଲେ ।ଅନ୍ୟ ପକ୍ଷରେ ଗୁଜୁରାଟ ଟିମର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ୫ ରନରେ ଆଉଟ ହେବାକୁ ପଡିଥିଲ।। ସୁଭମନ ଗିଲ ଓ ରିଦ୍ଧିମାତ ସାହା ୧୪ ଲେଖାଏ ରନ କରି ଆଉଟ ହୋଇଥିଲେ ।
ଗୁଜରାଟ ଟାଇଟନ୍ସ ପ୍ରଥମ ମ୍ୟାଚ ଚେନ୍ନାଇ ବପକ୍ଷରେ ଖେଳି ବିଜୟ ହାସଲ କରଇଥିଲେ । ଦ୍ଦୀଲ୍ଲୀକୁ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପ୍ରଥମ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିବା ସହ ଗୁଜରାଟ ତାଲିକାର ଶୀର୍ଷକୁ ଉଠିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୮ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା। ଜବାବରେ ଗୁଜରାଟ ୧୮.୧ ଓଭରରେ ୪ ୱିକେଟ ହରାଇ ୧୬୩ ରନକରି ଅତି ସହଜରେ ବିଜୟୀ ହୋଇଥିଲା। ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟ ୫୦ ରନରେ ପରାସ୍ତ ହୋଇଛନ୍ତି ।

 

Related posts

ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବି ବାହାରେ ବସିବେ ରୋହିତ

Odisha Sports Bureau

ଭାରତୀୟ କ୍ରିକେଟ ଦଳର ଭେଟେରାନ ଖେଳାଳି ହରଭଜନ ସିଂଙ୍କ ଜନ୍ମ ଦିନ

ସୌରଭ ଗାଙ୍ଗୁଲି ଟାଇଗର୍ସ ଅଫ୍ କୋଲକାତାରେ ସହ-ମାଲିକ ଏବଂ ପରାମର୍ଶଦାତା ଭାବରେ ଯୋଗ ଦେଇଛନ୍ତି

Odisha Sports Bureau