Cricket

ସର୍ବାଧିକ ମ୍ୟାଚ ଆୟୋଜନ କରିବାର ରେକର୍ଡ଼ କଲା ବିସିସିଆଇ

(ଓଡିଶା ସ୍ପୋର୍ଟ): ଗୋଟିଏ ସିଜିନରେ ସର୍ବାଧିକ ମ୍ୟାଚ୍ ଆୟୋଜନ କରିବାର ରେକର୍ଡ଼ କରିଛି ବିସିସିଆଇ । ୨୦୧୮-୧୯ ସିଜିନରେ ରାଞ୍ଚିରେ ଆୟୋଜିତ ୨୩ ବର୍ଷରୁ କମ୍ ମହିଳା ଚାଲେଞ୍ଜର ଟ୍ରଫି ଫାଇନାଲ୍ ବିସିସିଆଇର ଶେଷ ଘରୋଇ ପ୍ରତିଯୋଗିତା ହୋଇଥିଲା ବେଳେ ମେ’ ୧୨ ତାରିଖରେ ହାଇଦ୍ରାବାଦରେ ଚଳିତ ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍ ଭାରତୀୟ କ୍ରିକେଟ୍ ସିଜିନର ପରିସମାପ୍ତି ହେବ। ଫଳରେ ପ୍ରଥମ ଥର ଲାଗି ବିଶ୍ବର ଏହି କ୍ରିକେଟ୍ ସଂଘ ୨୦୦୦ରୁ ଅଧିକ ମ୍ୟାଚ୍ ଆୟୋଜନ କରିସାରିଛି। ଏଥିରେ ୩୭ ଦଳ ଭାଗ ନେଇଥିଲେ ଏବଂ ୩୪୪୪ ମ୍ୟାଚ୍ ଦିବସ ରହିଥିଲା। ଏହି ସିଜିନରେ ବିସିସିଆଇ ମୋଟ ୨୦୨୪ ମ୍ୟାଚ୍ ଆୟୋଜନ କରିଥିଲା ବେଳେ ଏଥିରେ ୬୪୭୧ ଖେଳାଳି ଯୋଡ଼ି ହୋଇଥିଲେ।ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମ୍ୟାଚ୍ ଦିନରେ ୮୧ ପ୍ରତିଶତ ବୃଦ୍ଧି ଘଟିଛି।

Related posts

ଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍

Odisha Sports Bureau

ଆଜି ବିଶ୍ବକପ୍‌ ମୁକାବିଲାରେ ଭାରତ ବନାମ ପାକିସ୍ତାନ

Odisha Sports Bureau

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳା ଜିତିଲା ଭାରତ

Odisha Sports Bureau