(ଓଡିଶା ସ୍ପୋର୍ଟ): ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ରୋମାଂଚକର ଶୃଙ୍ଖଳା ଜାରି ରହିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚର ଶୃଙ୍ଖଳା ଅନ୍ତିମ ପର୍ୟ୍ୟାୟରେ ପହଂଚିଛି । ଭାରତ ୩ଟି ମ୍ୟାଚ୍ ଖେଳିବା ପରେ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ରହିଛି । ଭାରତକୁ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ ଜିତିବା ହେଲେ ସିଡନୀରେ ବିଜୟ ଅଥବା ଡ୍ର କରିବାକୁ ପଡ଼ିବ । ଅନ୍ୟପକ୍ଷରେ କଙ୍ଗାଳୁ ଦଳ ଏହି ମ୍ୟାଚ ଜିତି ଶୃଙ୍ଖଲାକୁ ସମାନ ସ୍ତରରେ ଆଣିବାକୁ ଉଦ୍ୟମ କରିବ ।
ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଜାନୁଆରୀ ୩ରୁ ଆରମ୍ଭ ହେଉଥିବା ୪ର୍ଥ ମୁକାବିଲା ପରେ ଶୃଙ୍ଖଳା ନିର୍ଣ୍ଣାୟକ ହେବ ।
ଭାରତ ସିଡନୀରେ ୧୧ ଟେଷ୍ଟ ମ୍ୟାଚ୍ ଖେଳିଛି । ଏଥିରୁ କେବଳ ଗୋଟିଏ ମୁକାବିଲାରେ ବିଜୟୀ ହୋଇଛି । ଭାରତକୁ ଏହି ବିଜୟ ୪୦ ବର୍ଷ ପୂର୍ବରୁ ମିଳିଥିଲା । ଅର୍ଥାତ୧୯୭୮ରେ ବିସନ ସିଂହ ବେଦୀଙ୍କ ଅଧିନାୟକତ୍ୱରେ ଭାରତ ଏଥିରେ ଜିତିଥିଲା । ଅନ୍ୟ ୧୦ଟି ମ୍ୟାଚ ମଧ୍ୟରୁ ଅଷ୍ଟ୍ରେଲିଆ ୫ଟି ଜିତିଥିବା ବେଳେ ୫ଟି ମ୍ୟାଚ ଡ୍ର ଥିଲା ।
ସିଡନୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ମୋଟ ୧୦୬ ଟେଷ୍ଟ ମ୍ୟାଚ ଖେଳିଛି । ଏଥିରୁ ୫୯ ମ୍ୟାଚ୍ ଜିତିଥିବା ବେଳେ ୨୮ ହାରିଛି ଓ ୧୯ ମ୍ୟାଚ ଡ୍ର ରହିଛି । ଭାରତ ୧୯୭୮ ପରେ ସିଡନୀରେ ୮ ଟେଷ୍ଟ ମ୍ୟାଚ ଖେଳିଛି କିନ୍ତୁ ବିଜୟ ପାଇଁ ଅପେକ୍ଷା କରିବାକୁ ପଡ଼ିଛି ।