Cricket

ସୁପର୍ ଫାଷ୍ଟ୍ ଷ୍ଟମ୍ପିଙ୍ଗ୍ ପାଇଁ ଚର୍ଚ୍ଚାରେ କ୍ୟାପଟେନ୍ କୁଲ୍

(ଓଡିଶା ସ୍ପୋର୍ଟ): ଗତକାଲି ଏମଏ.ଚିଦମ୍ବରମ୍ ଷ୍ଟାଡିୟମ୍ ରେ ଖେଳାଯାଇଥିବା ଆଇପିଏଲ୍ ୧୨ ତମ ସଂସ୍କରଣ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ ଦିଲ୍ଲୀ କ୍ୟାପିଟଲକୁ୍ସ ୮୦ ରନ୍ ରେ ହରାଇ ପୁଣିଥରେ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଚେନ୍ନାଇର ଏହି ବିଜୟର ହିରୋ ସୁରେଶ୍ ରୈନା (୫୯) ,ଲେଗ୍ ସ୍ପିରନ୍ ଇମରାନ୍ ତାହିର (୧୨-୪) ଏବଂ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି (୪୪) ଥିଲେ । ରୈନା ଏବଂ ଧୋନିଙ୍କ ଦମରେ ଚେନ୍ନାଇ ଖୁବ୍ କ୍ଷିପ୍ର ଗତିରୁ ଆରମ୍ଭ କରିଥିବା ଖେଳକୁ ୨୦ ଓଭରରେ ୪ ୱିକେଟ୍ ଗଡାଇ ୧୭୯ ରନ୍ କରିଥିଲା । ଗତକାଲି ରାତିରେ ଧୋନି ଏଭଳି ୱିକେଟ୍ କିପିଙ୍ଗ୍ କରିଥିଲେ ଯେଉଁଥିରେ ସେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ ।

ରବିନ୍ଦ୍ର ଜାଡେଜାଙ୍କ ଓଭରର ୪ ର୍ଥ ବଲରେ ମେରିସ୍ ଷ୍ଟ୍ରାଇକ୍ ବ୍ୟାଟିଙ୍ଗ୍ କରୁଥିଲେ । ସେ ବଲ୍ କୁ ରୋକିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବଲ୍ ଧୋନିଙ୍କ ଆଡକୁ ଚାଲିଯାଇଥିଲା । ଠିକ୍ ସେତେବେଳେ ମେରିସଙ୍କ ସାମାନ୍ୟ ରୁପରେ ଗୋଡ ଉପରକୁ ଉଠିଥିଲା । ଏହି ସମୟରେ ଧୋନି ବେଲ୍ସ ଉଠାଇବାରେ ସଫଳ ହୋଇଯାଇଥିଲେ । ଥାର୍ଡ ଅମ୍ପେୟାର୍ ଯେତେବେଳେ ଦେଖାଯାଇଥିଲା ଏହା ଏକ ଅବିଶ୍ୱସନୀୟ ଭଳି ଲାଗିଥିଲା । ଏହି ଷ୍ଟମ୍ପ ପରେ ଧୋନିଙ୍କ ଚାରିଆଡେ ଖୁବ୍ ପ୍ରଶଂସା କରାଯାଉଛି। ସୋସିଆଲ୍ ମିଡିଆରେ ଧୋନିଙ୍କ ସୁପର୍ ଫାଷ୍ଟ୍ ଷ୍ଟମ୍ପିଙ୍ଗ୍ କୁ ଖୁବ୍ ଭାଇରାଲ୍ କରାଯାଉଛି ।

Related posts

IPL ସହ ଫେରିଲା କୋରୋନା; ଜଣେ ପଜିଟିଭ

Odisha Sports Bureau

ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହେଲା ଟିକେଟ୍ ବିକ୍ରି

Odisha Sports Bureau

ଆଜି ୪ଟି ଦଳ ମଧ୍ୟରେ କଡା ଟକ୍କର, ଲକ୍ଷ୍ନୌକୁ ଗୁଜୁରାଟ ମୁହାଁ ମୁହିଁ ହେଉଥିବା ବେଳେ ମୁମ୍ବାଇକୁ ପଞ୍ଜାବ ମଧ୍ୟରେ ହେବ ଟକ୍କର

Odisha Sports Bureau