(ଓଡିଶା ସ୍ପୋର୍ଟ): ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଅଲମ୍ପିଅନ ଦୂତି ଚାନ୍ଦ । ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୨ରେ ଦୂତିଙ୍କୁ ଏହି ସଫଳତା ମିଳିଛି । ସେ ନିର୍ଦ୍ଧାରିତ ଦୂରତାକୁ ୨୩.୩୦ସେକେଣ୍ଡରେ ଶେଷ କରିଛନ୍ତି । ଏହାସହ ଦୂତି ଦୋହାରେ ଆୟୋଜିତ ହେବାକୁ ଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଆଗକୁ ଦୋହାରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ, ସିନିୟର ଫେଡେରେସନ ଚାମ୍ପିଅନସିପ ଓ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଭଳି ପ୍ରତିଯୋଗିତା ରହିଛି । ଏସବୁ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ବୋଲି ଦୂତି କହିଛନ୍ତି ।
previous post
next post