More Sports

ନିୟମ ଉଲ୍ଲଘଂନ ମାନିଲେନି ମ୍ୟାରିକମ

(ଓଡ଼ିଶା ସ୍ପୋର୍ଟ): ନିୟମ ଉଲ୍ଲଘଂନ କଲେ ବକ୍ସର ତଥା ରାଜ୍ୟସଭା ସାଂସଦ ମ୍ୟାରିକମ । ମ୍ୟାରିକମ ନିକଟରେ ଜୋର୍ଡାନର ଅମ୍ମାନରେ ଏସିଆନ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଖେଳିବାକୁ ଯାଇଥିଲେ। ତେବେ ମାର୍ଚ୍ଚ ୧୩ ଭାରତ ଫେରିଥିଲେ। ନିୟମ ଅନୁଯାୟୀ, ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍ ରହିବାକୁ ପଡ଼ିବ। ଏହି ସମୟ ଭିତରେ ସେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିବେ। ହେଲେ ମ୍ୟାରିକମ ନିଜର କ୍ୱାରେଣ୍ଟାଇନ୍ ପିରୟଡକୁ ଭାଙ୍ଗି ଏଣେତେଣେ ବୁଲାବୁଲି କରିଥିବା ଖବର ସାମ୍ନାକୁ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମ୍ୟାରିକମ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ରେକଫାଷ୍ଟ ଆୟୋଜନ କରିଥିଲେ।
ଏଥିରେ ଅନ୍ୟ ସାଂସଦମାନଙ୍କ ସହ ମ୍ୟାରିକମ ମଧ୍ୟ ଯୋଗ ଦେଇଥିଲେ। ବ୍ରେକଫାଷ୍ଟ ପାର୍ଟିର ୪ଟି ଫଟୋ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ କରାଯାଇଥିଲା। ଏହି ୪ଟି ଫଟୋ ମଧ୍ୟରୁ ଗୋଟିଏରେ ମ୍ୟାରିକମ ଅନ୍ୟ ସାଂସଦମାନଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।
ବକ୍ସିଂ କୋଚ ଶାନ୍ତିଆଗୋ ନିଇଭା ଶୁକ୍ରବାର କହିଥିଲେ, “ଜୋର୍ଡାନ ଯାଇଥିବା ସମସ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ସମସ୍ତେ ୧୦ ଦିନ ରହିବେ ବୋଲି କୁହାଯାଇଥିଲା। ହେଲେ ସ୍ଥିତିକୁ ଦେଖି ଏହାକୁ ୧୪ ଦିନକୁ ବୃଦ୍ଧି କରାଯାଇଛି।”
ମ୍ୟାରିକମ କହିଛନ୍ତି, “ମୁଁ ଜୋର୍ଡାନରୁ ଆସିବା ପରେ ଘରେ ରହିଛି। କେବଳ ରାଷ୍ଟ୍ରପତିଙ୍କ ବ୍ରେକଫାଷ୍ଟରେ ଯୋଗଦେଇଥିଲି। ମୁଁ କନିକା କପୁରଙ୍କ ପାର୍ଟିକୁ ଯାଇଥିବା ଦୁଷ୍ୟନ୍ତ ସିଂହଙ୍କ ସହ ହାତ ମିଳାଇନାହିଁ କିମ୍ବା ତାଙ୍କ ସହ ମିଶିନାହିଁ।”

Related posts

ଭାରତୀୟ ପୁରୁଷ ଚେସ ଦଳ କ୍ୱାର୍ଟର ଫାଇନାଲରେ

Odisha Sports Bureau

ଏଫଆଇଏଚ୍ ପ୍ରୋ ଲିଗ ସ୍ଥଗିତ

Odisha Sports Bureau

ଫାଇନାଲରେ ଭାବିନାଙ୍କ ଏଣ୍ଟ୍ରି

Odisha Sports Bureau