Cricket

କୋହଲିଙ୍କ ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟେକୁ ୧୧.୪୫ କୋଟି ଟଙ୍କା

ନୂଆଦିଲ୍ଲୀ: ବିରାଟ କୋହଲି ତଥା କିଙ୍ଗ କୋହଲି । ବିରାଟ କୋହଲିଙ୍କ ଖେଳିବା ଅନଦାଜକୁ ଲୋକ ଖୁବ ପସନ୍ଦ କରନ୍ତି । ତାଙ୍କ ଷ୍ଟାଇଲକୁ ଫ୍ୟାନ ମାନେ ଫଲୋ କରନ୍ତି । ତେବେ ତାଙ୍କର ସେସିଆଲ ମିଡିଆରେ ତାଙ୍କର ମିଲିୟନ ମିଲିୟନ ଫଲୋର୍ସ ଅଛନ୍ତି । ସେ ସେସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି, ଆଉ ସେସିଆଲ ମିଡିଆରେ ପୋଷ୍ଟ କରନ୍ତି । ତେବେ ଭାରତୀୟ ତାରକା କ୍ରିକେଟର ବିରାଟ କୋହଲି ଇନଷ୍ଟାଗ୍ରାମରରେ ପ୍ରତ୍ୟେକ ପ୍ରାୟୋଜିତ ପୋଷ୍ଟ ପିଛା ୧୧.୪୫ କୋଟି ଟଙ୍କା ପାଇଥାନ୍ତି ।

ହୋପର ଏଚ୍କ୍ୟୁ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କ୍ରୀଡ଼ାବିତଙ୍କ ପର୍ତୁଗାଲ୍ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ସବୁଠୁ ଆଗରେ ଅଛନ୍ତି। ସେ ପ୍ରତି ପୋଷ୍ଟ ପିଛା ୩.୨୩ ମିଲିଅନ୍ ଡଲାର (ପ୍ରାୟ ୨୬.୭୫ କୋଟି ଟଙ୍କା) ଆୟ କରୁଛନ୍ତି। ତାଙ୍କ ପଛକୁ ଆର୍ଜେଣ୍ଟିନା ଫୁଟବଲ୍ ଦଳର ଅଧିନାୟକ ଲିଓନେଲ୍ ମେସି ୨.୫୬ ମିଲିଅନ୍ ଡଲାର (ପ୍ରାୟ ୨୧.୪୯ କୋଟି ଟଙ୍କା) ନେଉଛନ୍ତି। ବିଶ୍ବସ୍ତରରେ ବିରାଟ କୋହଲି ଏକମାତ୍ର ଭାରତୀୟ ଭାବେ ଶୀର୍ଷ ୨୦ ଜଣଙ୍କ ଭିତରେ ସ୍ଥାନ ପାଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ କୋହଲିଙ୍କର ୨୫୬ ମିଲିଅନ୍ ଅନୁଗାମୀ ଅଛନ୍ତି।

Related posts

ବିଶ୍ୱକପ୍ ବିଜେତା ନେଇ କ’ଣ କହୁଛି ଗଣିତ ? ୨୦୨୩ରେ ରିପିଟ୍ ହେବ କି ୨୦୧୫ ଓ ୨୦୧୯ର ବିଶ୍ୱକପର ଇତିହାସ

Odisha Sports Bureau

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମିତାଲି ରାଜ୍, ୨୩ ବର୍ଷ ଧରି ଭାରତ ପାଇଁ ଖେଳୁଥିଲେ କ୍ରିକେଟ

Odisha Sports Bureau

ଗ୍ରାଉଣ୍ଡ ଷ୍ଟାଫଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ବିସିସିଆଇ