Cricket

ବିସିସିଆଇ ଦ୍ୱାରା ଏସିଆ କପ ତାଲିକା ଘୋଷଣା

ଘୋଷଣା ହେଲା ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଦଳ । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍‌ ଚୟନ କମିଟି । ଦୀର୍ଘ ଦିନ ପରେ ଟିମ୍‌କୁ ଫେରିଛନ୍ତି ଶ୍ରେୟସ ଆୟର ଏବଂ କେଏଲ୍‌ ରାହୁଲ୍‌ ।

ଖବର ଅନୁଯାୟୀ, ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ୨୦୨୩ । ସେପ୍ଟେମ୍ବର ୧୭ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍‌ର ସମସ୍ତ ମ୍ୟାଚ୍ । ତେବେ ଏସିଆ କପ୍‌ରୁ ନଜର ରଖି ପ୍ରାୟ ସମସ୍ତ ବୋର୍ଡ ନିଜ ନିଜର ଦଳ ଘୋଷଣା କରିସାରିଛନ୍ତି । ଭାରତ ବ୍ୟତୀତ ଆଉ ଦୁଇଟି ଟିମ୍‌ ଏବେ ଯାଏଁ ଦଳ ଘୋଷଣା କରିନଥିଲେ । କିନ୍ତୁ ଏବେ ୧୭ ଜଣିଆ ଟିମ୍‌ ଘୋଷଣା କରିଛି ବିସିସିଆଇ । ଏହି ଟିମ୍ ରୋହିତ ଶର୍ମାଙ୍କ ଅଧିନାୟକ ଦାୟିତ୍ୱ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାବାଦ୍‌ ଦୀର୍ଘ ଦିନ ପରେ ଦିନିକିଆ ଦଳକୁ ଫେରିଛନ୍ତି ଯଶପ୍ରୀତ ବୁମ୍‌ରାହ, ଶ୍ରେୟସ ଆୟର, କେଏଲ୍‌ ରାହୁଲ ।

ରୋହିତ ଶର୍ମା (ଅଧିନାୟକ), ଶୁଭମନ୍‌ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ସୂର୍ୟ୍ୟକୁମାର ଯାଦବ, ତିଲକ ବର୍ମା, ଇଷାନ୍‌ କିଷାନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ( ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ଶର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍‌ରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲ୍‌ଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣ ।

Related posts

ଦକ୍ଷିଣ ଆଫ୍ରିକାକୁ ୨୪୫ ସ୍କୋରରେ  ହରାଇଲା ନେଦରଲାଣ୍ଡ

Odisha Sports Bureau

ସୁପର–୮ରେ ଭାରତକୁ ଝଟକା, ସେମି ରେସ୍ ଜଟିଳ

Odisha Sports Bureau

ଭାରତର ପରାଜୟ ପରେ ଦଳ ଚୟନ ନେଇ ପ୍ରଶ୍ନ ଉଠିଛି

Odisha Sports Bureau