More Sports

ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାବୁଲ ନାଚ ଅନୁଷ୍ଠିତ

ମୟୂରଭଞ୍ଜ : ରାଇରଙ୍ଗପୁର ଵହଳଦା ବ୍ଳକ ଅନ୍ତର୍ଗତ ବଡପଳଶା ଗ୍ରାମର ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ ୪ ଦୀବସୀୟ କ୍ରୀଡା ପ୍ରତିଯୋଗିତା ଏବଂ ଢାବୁଲ ନାଚ ମହାସମାରୋହରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ୧୮ ତାରିଖରୁ ଫୁଟବଲ ପ୍ରତିଯୋଗିତା ,କାତିଖେଳପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଫୁଟବଲ ଖେଳରେ ଆଖପାଖ ଅଂଚଳରୁ ୩୨ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ପୋଖରିଆ ଚମ୍ପିୟାନ ହୋଇଥିବାବେଳେ କେନ୍ଦୁଆ ରନର୍ସ ଅପ୍ ହୋଇଥିଲା । ସେହିଭଳି କାତି ଖେଳଆରମ୍ଭ ହୋଇଥିଲା । ତଦସହ ଆଜି ଶନିବାର ଦିନ ଅନ୍ତିମ ଦିବସରେ ପାରଂପାରିକ ପୋଷାକରେମାଦଳ,ଢ଼ୋଲ୍ ତାଳେ ତାଳେ ପରସ୍ପରକୁ ଅଣ୍ଟାରେ ଧରାଧରି ହୋଇ ଢାବୁଲ ନୃତ୍ୟ ଆବାଳ ବୃଦ୍ଧ ବନିତା ପରାବେଷଣ କରିଥିଲେ । ସମଗ୍ର ପଡିଆ ଆନନ୍ଦ ଉଲ୍ଲାସର ସହ ପ୍ରକମ୍ପିତ ହୋଇଥିଲା ।

ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ସମ୍ମାନିତ ଅତିଥି ବିଶିଷ୍ଟ ସମାଜସେବୀ ଈଶାନ ମିଶ୍ର, ଵହଳଦା ବ୍ଳକ ଉପାଧ୍ୟକ୍ଷ ହିରନ ବସା,ବଡପଳଶା ସରପଞ୍ଚ ଗୀତାରାଣୀ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ଖେଳାଳି ଓ ନୃତ୍ୟ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ଭାଇଚାରା ଓ ସଂପର୍କ ଵଢାଇଥାଏ । ସାଂସ୍କୃତିକ କାର୍ୟ୍ୟକ୍ରମ ସେହି ଅଂଚଳର ସଂସ୍କୃତିକୁ ବ୍ୟାପକ ପ୍ରଚାର ଓ ପ୍ରସାର କରିଥାଏ ବୋଲି ଅତିଥିଗଣ କହିଥିଲେ । ପରେ କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । କାର୍ୟ୍ୟକ୍ରମକୁ ଅନୁଷ୍ଠାନର ସଭାପତି ହେମନ୍ତ ହାଁସଦା, ଉପସଭାପତି କୁଶାଲ ମୁର୍ମୁ, ସଂପାଦକ ଭାଉଁରା ହାଁସଦା,ସହ ସଂପାଦକ ସୁନିଲ ମୁର୍ମୁଙ୍କ ସମେତ ଅନ୍ୟମାନେ ପରିଚାଳନରେ ସହଯୋଗ କରିଥିଲେ ।

 

Related posts

ଦବାଙ୍ଗ ଦିଲ୍ଲୀ ୩୮-୩୫ରେ ପରାସ୍ତ କଲା ପାଟନା ପାଇରେଟର୍ସକୁ

Odisha Sports Bureau

ଆଜିଠାରୁ ପିସିଏଲର ପ୍ରସାରଣ ବ୍ଲିଜ କନସର୍ଟିୟମ ଓ ଟ୍ରାନ୍ସ ଗ୍ରୁପ କରିବ

Odisha Sports Bureau

କାଂସ୍ୟ ପଦକରେ ସନ୍ତୁଷ୍ଟ ହେଲେ ମ୍ୟାରୀ

Odisha Sports Bureau