Cricket

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭ । ଏହି ନମ୍ବରରେ ଜର୍ସି ପିନ୍ଧୁଥିଲେ କିମ୍ବଦନ୍ତୀ ଖେଳାଳି ମହେନ୍ଦ୍ର ସିଂହ ଧୋନୀ । ସେ ଅବସର ନେବା ପରେ ଏହି ଜର୍ସିକୁ ମଧ୍ୟ ଅବସର ଦେବାକୁ ବିସିସିଆଇ ନିଷ୍ପତି ନେଇଥିବା ସୂଚନା ରହିଛି ।  ଧୋନିଙ୍କ ପ୍ରତିଷ୍ଠିତ ଜର୍ସି ନମ୍ବର-୭କୁ ଅନ୍ୟ କୌଣସି ଖେଳାଳି ପିନ୍ଧି ପାରିବେ ନାହିଁ ।  ୭ ନମ୍ବର ଜର୍ସି ଅନ୍ୟ କୌଣସି ଭାରତୀୟ ଖେଳାଳିଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ଆନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନି ୩ ବର୍ଷ ହେଲା ଅବସର ନେଇଛନ୍ତି । ୩ ବର୍ଷ ପରେ ବିସିସିଆଇ ଏହି ଯୋଜନା କରୁଛି । ବିସିସିଆଇ ପକ୍ଷରୁ କୁହାଯାଇଛି, ଧୋନି ନିଜ କ୍ରିକେଟ୍ କ୍ୟାରିୟର ଯେଉଁ ଜର୍ସି ପିନ୍ଧିଥିଲେ, ସେହି ସାର୍ଟକୁ ଅବସର ଦିଆଯିବ । ଏହି ନମ୍ବର ଜର୍ସି ଅନ୍ୟ କୌଣସି କ୍ରିକେଟଙ୍କୁ ଦିଆଯିବ ନାହିଁ ।    ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୦୭ରେ ଟି-ଟ୍ୱେଂଟି ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ, ୨୦୧୩ରେ ଆଇସିିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ତାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଶୀର୍ଷରେ ପହଞ୍ଚିଛି । ଧୋନି ଇଣ୍ଟରନ୍ୟାସନାଲ କ୍ରିକେଟରୁ ୧୫  ଅଗଷ୍ଟ ୨୦୨୦ରେ ସନ୍ୟାସ ନେଇଥିଲା । ସେହିପରି ଏହା ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ।

ଧୋନୀଙ୍କୁ ପୂର୍ବରୁ ଅନ୍ୟତମ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ପିନ୍ଧୁଥିବା ୧୦ ନମ୍ବର ଜର୍ସିକୁ ୨୦୧୭ରେ ଅବସର ଦେଇଥିଲା ବିସିିସିଆଇ । ଏବେ ଯେଉଁମାନେ ନୂଆ ଖେଳାଳି ଭାବେ ଦଳରେ ସାମିଲ ହେଉଛନ୍ତି ଏହି ଦୁଇ ନମ୍ବର ଉପଲବ୍ଧ ହେବ ନାହିଁ ।

Related posts

ଆଇସିସି ଇଭେଣ୍ଟରେ ପୁରୁଷ ଏବଂ ମହିଳା ଟିମକୁ ମିଳିବ ସମାନ ପୁରଷ୍କାର ରାଶି

Odisha Sports Bureau

ପାକିସ୍ତାନରେ ହେବାକୁଥିବା ଏସିଆ କପ୍‌ ସ୍ଥାନାନ୍ତର ହେବା ସମ୍ଭାବନା ରହିଛି

Odisha Sports Bureau

ଚୌକା ମାରି ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲି