Cricket

ପ୍ରଥମ ଥର ପାଇଁ ଟ୍ୱେଣ୍ଟି -୨୦ଦଳରୁ ଧୋନିଙ୍କୁ ବାଦ ଦିଆଯାଇଛି

ପ୍ରଥମଥର ପାଇଁ ଭାରିତୀୟ ଟ୍ୱେଣ୍ଟି -୨୦ଦଳରୁ ପୂର୍ବତନ ଅଧିନାୟକ ମେହେନ୍ଦ୍ର ସିଂହ ଧୋନି ବାଦ୍ ପଡ଼ିଛନ୍ତି । ୨୦୦୬ରେ ଭାରତ ସର୍ବପ୍ରଥମ ଟ୍ୱେଣ୍ଟ ୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ସେବେଠାରୁ ଧୋନି କ୍ରମାଗତ ଭାବେ ଖେଳି ଆସୁଥିଲେ । ଏବେ ଧୋନି ଦ୍ରୁତ ଗତିରେ ସ୍କୋର କରିବାର ବିଫଳ ହୋଇଥିବାରୁ ବୋଧ ହୁଏ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ଶୃଙ୍ଖଳା ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ନିଜର ଖେଳାଳିଙ୍କ ନାମ ଘୋଷଣା କରିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ଶୃଙ୍ଖଳା ପାଇଁ ମହେନ୍ଦ୍ର ସିଂହ ଧୋନୀଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇ ନାହିଁ । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ରେ ପାଇଁ ମଧ୍ୟ ପୂର୍ବତନ କ୍ୟାପଟେନ ଧୋନୀଙ୍କୁ ଚୟନ କରାଯାଇ ନାହିଁ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକଙ୍କୁ ଖରାପ ଫର୍ମ ଯୋଗୁଁ ବାହାର କରାଯାଇଛି ।

ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କୁ ତାଙ୍କ ସ୍ଥାନରେ ଦାୟିତ୍ୱ ଦିଆଯାଇଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ପାଇଁ ରୋହିତ ଶର୍ମାଙ୍କୁ ଟିମରେ ସ୍ଥାନ ମିଳିଛି । ସୂଚନାଯୋଗ୍ୟ ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳାରେ ଟିମରୁ ବାହାର କରି ଦିଆଯାଇଥିଲା । ରୋହିତ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରେ ଟିମର ଅଂଶ ନଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଶୃଙ୍ଖଳାରେ ବିରାଟ କୋହଲି ଫେରିବେ । ଧୋନିଙ୍କ ସ୍ଥାନ ନେବେ ଋଷଭ ପନ୍ତ । ପନ୍ତଙ୍କ ବ୍ୟତୀତ ପାର୍ଥିବ ପଟେଲଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇଛି ।

Related posts

ଭାରତୀୟ ମାଟିରେ ଟେଷ୍ଟ ସିରିଜ୍ ବିଜୟ ହୋଇ ୨୫ ବର୍ଷର ଅପେକ୍ଷାର ଅନ୍ତ କରିବୁ

Odisha Sports Bureau

କାର ଉପରେ ସ୍ପାଇଡର ମ୍ୟାନ ପୋଜ ଦେଲେ ଶୁଭମନ ଗିଲ୍

ବିରାଟଙ୍କ ଏକାଧିକ କୀର୍ତ୍ତିମାନ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

Odisha Sports Bureau