More Sports

ସିମୋନ ହାତେଇଲେ ସ୍ୱର୍ଣ୍ଣ ପଦକ

ଆମେରିକାର ସିମୋନ ବାଇଲ୍ସ ୱାର୍ଲ୍ଡ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୱାର୍ଲ୍ଡ ଚାମ୍ପିୟନଶିପ୍ରେ ଅଲ୍ ରାଉଣ୍ଡ ଇଭେଣ୍ଟରେ ଚାରି ଥର ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ଜିମ୍ନାଷ୍ଟି । କତାରର ରାଜଧାନୀ ଦୋହା ସ୍ଥିତ ଏସ୍ପାୟର ଡୋମ୍‌ରେ ଅଲ୍ ରାଉଣ୍ଡ ଫାଇନାଲ୍ସରେ ସେ ମୋଟ ୫୭.୪୯୧ ପଏଣ୍ଟ ପାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଜାପାନର ମେଇ ମୁରାକାମୀ ରୌପ୍ୟ ପଦକ ଜିତିଥିବା ବେଳେ ଆମେରିକାର ହର୍ଡ ମୋର୍ଗନ ବ୍ରୋଞ୍ଜ ପଦକ ଜିତିଥିଲେ।
ବିଶ୍ୱ ଚାମ୍ପିୟନଶିପ୍‌ର ଅଲ୍ ଏରାଉଣ୍ଡ ଫାଇନାଲ୍ସରେ ରୌପ୍ୟ ପଦକ ଜିତିବାରେ ମେଇ ମୁରାକାମୀ ହେଉଛନ୍ତି ଜାପାନର ପ୍ରଥମ ମହିଳା ଜିମ୍ନାଷ୍ଟ। ସ୍ୱର୍ଣ୍ଣ ପଦକ ଜିତିବା ପରେ ସିମୋନ ବାଇଲ୍ସ କହିଥିଲେ,”ଏହା ମୋର ସବୁ ବିଶ୍ୱ ଚାମ୍ପିୟନଶିପ୍‌ ଓ ଅଲିମ୍ପିକ୍‌ ପଦକ ତୁଳନାରେ ସବୁଠୁ କଠିନ ବିଜୟ ଥିଲା। ଆମେରିକା ପାଇଁ ଆଉ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତି ଥିବାରୁ ମୁଁ ବହୁତ ଖୁସି।”
ଏହା ପୂର୍ବରୁ ୨୦୧୩, ୨୦୧୪ ଓ ୨୦୧୫ରେ ଅନୁଷ୍ଠିତ ୱାର୍ଲ୍ଡ ଚାମ୍ପିୟନଶିପ୍‌ରେ ଅଲ୍-ରାଉଣ୍ଡ ଇଭେଣ୍ଟରେ ବାଇଲ୍ସ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Related posts

ବିଶ୍ୱ ଏମ୍ଚ୍ୟୁର ଗଲଫ୍ ଚମ୍ପିଆନଶିପ୍ ପାଇଁ ୫ ଭାରତୀୟ କ୍ୱାଲିଫାଏ

Odisha Sports Bureau

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା; ପ୍ରମୋଦଙ୍କୁ ଦ୍ୱିମୁକୁଟ

ଏସିଆ ବଡୀ ବିଲ୍ଡିଙ୍ଗ୍ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଲେ କାଦିର

Odisha Sports Bureau