( ଓଡ଼ିଶାସ୍ପୋର୍ଟ): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ଆଜି ସେ ୩୦ ବର୍ଷରେ ପାଦ ଥାପିଛନ୍ତି । ୧୮ ନମ୍ବର ଜର୍ସି ପିନ୍ଧୁଥିବା ଅଧିନାୟକ ବିରାଟ ୨୦୧୮ ବର୍ଷରେ ଅନେକ ୱାର୍ଲଡ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି ।
ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି କୋହିଲ । କୋହଲି ପ୍ରତିବର୍ଷ ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ଚଳିତବର୍ଷ ସେ ନିଜ ପତ୍ନୀଙ୍କ ସହ ଦେହରାଦୁନ୍ ଏବଂ ହରିଦ୍ୱାର ଭ୍ରମଣର ପ୍ଲାନ୍ ରଖିଥିଲେ ଏବଂ ସେଥିପାଇଁ ସେ ଶନିବାର ଦେହରାଦୁନଠାରେ ପହଞ୍ଚିଥିଲେ । ସେ ଅନୁଷ୍କାଙ୍କ ସହ ୭ ଦିନ ଭ୍ରମଣର ପ୍ଲାନ୍ ରଖିଛନ୍ତି । ପରିବାର ସହ ଜନ୍ମଦିନ ପାଳିବା ପୂର୍ବରୁ ସେ ନିଜ ବନ୍ଧୁ ତଥା କ୍ରିକେଟଦଳର ସଦସ୍ୟଙ୍କ ସହ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଫଟୋ ସେ ସୋସିଆଲ୍ ମିଡିଆରେ ମଧ୍ୟ ସେୟାର୍ କରିଛନ୍ତି ।
previous post