Cricket

ଭାରତ ବନାମ ଇଣ୍ଡିଜ୍ – ଅଢ଼େଇ ଦଶକ ପରେ ଉତ୍ତର ପ୍ରଦେଶର ହେବ ଟି ୨୦ ମୁକାବିଲା

(ଓଡ଼ିଶାସ୍ପୋର୍ଟ): ଦୀର୍ଘ ୨୪ ବର୍ଷ ପରେ ଅବଧ ଦୀପାବଳି ପୂର୍ବ ସନ୍ଦ୍ୟାରେ ଲଖନଉ କ୍ରିକେଟ ଷ୍ଟାଡ଼ିୟମ୍ରେ ଛକା ଚୌକା ଦେଖିବାକୁ ମିଳିବ । ଉତ୍ତର ପ୍ରଦେଶର ରାଜଧାନୀର ନୂଆ ନଭେଲ ଇଳାନା ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମ୍ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ନଭେମ୍ବର ୬ରେ ୨ୟ ଟି ୨୦ ମୁକାବିଲା ହେବ । ଏହି ମ୍ୟାଚର ୫୦ ହଜାର ଦର୍ଶକ ସାକ୍ଷୀ ରହିବେ । ଦୀର୍ଘ ଅଢ଼େଇ ଦଶକ ମଧ୍ୟରେ ଏଠାରେ ମ୍ୟାଚ ଖେଳାଯାଇ ନଥିବାରୁ ଏବେ କ୍ରିକେଟ ଆୟୋଜନକୁ ନେଇ ସହରବାସୀ ଉତ୍ସାହିତ ଦେଖାଯାଇଛନ୍ତି।

ଲଖନଉର କେଡି ସିଂହ ବାବୁ ଷ୍ଟାଡିୟମରେ ଶେଷ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ୧୯୯୪ ଜାନୁଆରୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଏହା ପରେ ଅନ୍ୟ ସବୁ ଆଇପିଏଲ ଏବଂ ଅନ୍ତର୍ଜାତୀୟ ମ୍ୟାଚ କାନପୁରରେ ଆୟୋଜନ ହୋଇ ଆସୁଛି । ଅତ୍ୟାଧୁନିକ ସୁବିଧାଯୁକ୍ତ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଦର୍ଶକ ଉତ୍ସାହିତ ଅଛନ୍ତି ।

ଏହି ଷ୍ଟାଡିୟମରେ ୯ଟି ପିଚ ଅଛି । ସୁନ୍ଦର ଡ୍ରେସିଂ ରୁମ ସହିତ ଧବଳ ବର୍ଣ୍ଣର ସୂର୍ୟ୍ୟକିରଣରେ ଦର୍ଶକ ଭିନ୍ନତା ଅନୁଭବ କରିଥାନ୍ତି । ଇକାନା ସ୍ପୋଟର୍ସ ସିଟିର ପରିଚାଳନା ନିର୍ଦ୍ଦେଶକ ଉଦୟ ସିହ୍ନା ରବିବାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, କ୍ରିକେଟ ପ୍ରେମୀ ମ୍ୟାଚକୁ ନେଇ ଅଧିକ ଉତ୍ସାହିତ ଅଛନ୍ତି । ଅନଲାଇନ ଟିକେଟ ବିକ୍ରି ଶେଷ ହୋଇ ଯାଇଥିବା ବେଳେ କାଉଣ୍ଟର ଟିକେଟ ପାଇଁ ୨ ଦିନ ହେବ ପ୍ରବଳ ଭିଡ ହୋଇଛି । ମ୍ୟାଚର ସବୁଠାରୁ କମ ଦାମର ଟିକେଟ ହେଉଛି ୧୦୦୦ ଟଙ୍କା । ବକ୍ସ ଟିକେଟ ୨୩୦୦୦ ଟଙ୍କା ରଖାଯାଇଛି ବୋଲି ସେ କହିଛନ୍ତି ।

Related posts

ଆଡିଲେଡ ଟେଷ୍ଟ: ପରାଜୟ ହାସଲା କଲା ଟିମ ଇଣ୍ଡିଆ

Odisha Sports Bureau

ଆଜିର ଦିନରେ ସଚିନ ତେନ୍ଦୁଲକର ଏବଂ ବକାର ୟୁନିସ୍ ନିଜ ନିଜର ଅନ୍ତଃରାଷ୍ଟ୍ରିୟ କ୍ୟାରିୟର ଆରମ୍ଭ କରିଥିଲେ

Odisha Sports Bureau

ମାସ୍କ ସାନିଟାଇଜର ସହ ନିଆରା ସେଲିବ୍ରେସନ

Odisha Sports Bureau