Cricket

ପ୍ରତିପକ୍ଷକୁ ତା’ରି ଭାଷାରେ ଉତ୍ତର ଦେବୁ: କୋହଲି

ଆମେ ପ୍ରଥମେ ଆରମ୍ଭ କରିବୁ ନାହିଁ, ହେଲେ କେହି ଯଦି ଆମ ଆତ୍ମସମ୍ମାନକୁ ଆଘାତ ଦିଏ, ଆମେ ତାକୁ ଛାଡ଼ିବୁ ନାହିଁ। ପ୍ରତିପକ୍ଷକୁ ତାରି ଭାଷାରେ ଉତ୍ତର ଦେବୁ। ଅଷ୍ଟ୍ରେଲିଆ ବିପକ୍ଷ ମହତ୍ବପୂର୍ଣ୍ଣ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଏହା କହିଛନ୍ତି। ଶୃଙ୍ଖଳା ଅବସରରେ ସ୍ଲେଜିଂରୁ ଦୂରେଇ ରହିବା ଲାଗି କଙ୍ଗାରୁ ଦଳକୁ ପରୋକ୍ଷ ଚେତାବନୀ ଦେଇ କୋହଲି କହିଛନ୍ତି ଯେ ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଆକ୍ରମଣର ପରିଭାଷା ଭିନ୍ନ ଭିନ୍ନ। ମୋ ପାଇଁ ଆକ୍ରମଣର ମାନେ ହେଉଛି ଜିତିବାର ନିଶା। ମୁଁ ଯେ କୌଣସି ପରିସ୍ଥିତିରେ କେବଳ ଜିତିବାକୁ ଚା‌ହେଁ। ପ୍ରତିପକ୍ଷ ଦଳର ସ୍ଥିତି ଉପରେ ଆକ୍ରମଣ କିଛିଟା ନିର୍ଭର କରେ। ସେ ଯଦି ଆକ୍ରମଣ କରେ, ଆମେ ମଧ୍ୟ ସେହି ଭାଷାରେ ତା’ର ଉତ୍ତର ଦେଉ। ସୀମା ରେଖା ଟପିବାର କୌଣସି ସୁଯୋଗ ଆମେ ପ୍ରତିପକ୍ଷକୁ ଦେବୁ ନାହିଁ। ଶୃଙ୍ଖଳାରୁ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡଙ୍କ ଅନୁପସ୍ଥିତି ନେଇ କୋହଲି କହିଛନ୍ତି ଯେ ନିଜର ଶ୍ରେଷ୍ଠ ଦୁଇ ବ୍ୟାଟ୍ସମ୍ୟାନଙ୍କୁ ହରାଇବା କୌଣସି ଦଳ ପାଇଁ ଭଲ କଥା ନୁହେଁ। ଏହା ସତ୍ତ୍ବେ ଅଷ୍ଟ୍ରେଲିଆ ପାଖରେ ବହୁତ ଭଲ ଖେଳାଳି ଅଛନ୍ତି ବୋଲି ମୁଁ ଭାବୁଛି। ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ଲାଗି ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ।

Related posts

ମୁଁ ଗାଧୋଇ ସାରି ଅଧଘଣ୍ଟା ବିଶ୍ରାମ ନେବାକୁ ଚାହୁଁଥିଲି କିନ୍ତୁ…

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୬୩ ରନର ଟାର୍ଗେଟ

ଡ଼େଲ ଷ୍ଟେନ ରେକର୍ଡ଼ ଭାଙ୍ଗିବା ସହ ଇତିହାସ ରଚିଲେ

Odisha Sports Bureau