Cricket

ଭାରତ- ଅଷ୍ଟେଲିଆ ତୃତୀୟ ଟି-୨୦: ଟସ୍‌ ଜିଣି ଭାରତର ଫିଲ୍ଡିଂ ନିଷ୍ପତ୍ତି

(ଓଡିଶା ସ୍ପୋର୍ଟ): ଆଜି ବ୍ରିସ୍‌ବେନ୍‌ର ଗାବା ଷ୍ଟାଡିୟମଠାରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ତିନି ଟିକିଆ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳ ଏଥର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅଷ୍ଟ୍ରେଲିଆରେ ପଡ଼ିଆକୁ ଓହ୍ଲାଇଛି। ଗତ ଗସ୍ତରେ ଅଷ୍ଟ୍ରେଲିଆକୁ ଭାରତ ତିନି ଟିକିଆ ଟି-୨୦ ଶୃଙ୍ଖଳାରେ ୩-୦ରେ ପରାସ୍ତ କରିଥିଲା।ଏଥର ମଧ୍ୟ ସେହି ସଫଳତା ଦୋହରାଇବା ଆଶାରେ ରହିଛି ବିରାଟ ବାହିନୀ। ଉଭୟ ଦେଶ ମଧ୍ୟରେ ଏ ପର୍ୟ୍ୟନ୍ତ ୧୬ ଅନ୍ତର୍ଜାତୀୟ ଟି-୨୦ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୦ ଏବଂ ଅଷ୍ଟ୍ରେଲିଆ ୫ଟିରେ ବିଜୟୀ ହୋଇଛିଯ ଗୋଟିଏ ମୁକାବିଲା ବର୍ଷା ପାଇଁ ବାତିଲ ହୋଇ ଯାଇଛି। ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା କେଏଲ ରାହୁଲ, ଋଷଭ ପନ୍ଥ, ଦୀନେଶ କାର୍ତ୍ତିକ, କେ ପାଣ୍ଡ୍ୟା, କେଦାର ଯାଦବ, ଜସପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର,ଓ କେ ଅହମ୍ମଦ।

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି ରୋହିତ ବାହିନୀ

Odisha Sports Bureau

ଆଜି ଆଇପିଏଲ ରେ ଦୁଇଟି ମ୍ୟାଚ

Odisha Sports Bureau

ଭାରତୀୟ କ୍ରିକେଟ ଦଳର ‌ନୂଆ ଜର୍ସିକୁ ଜେଠାଲାଲଙ୍କ ପୋଷାକ ସହ ତୁଳନା