Cricket

ଟି-୨୦ ମହିଳା ବିଶ୍ୱକପରୁ ବାଦ ପଡିଲା ଟିମ୍ ଇଣ୍ଡିଆ

(ଓଡିଶା ସ୍ପୋର୍ଟ): ଆଂଟିଗୁଆରେ ଖେଳାଯାଇଥିବା ଟ୍ୱି-ଟ୍ୱେଂଟି ମହିଳା ବିଶ୍ୱକପରେ ଭାରତ ବାଦ ପଡିଛି । ସେମିଫାଇନାଲରେ ଭାରତକୁ ୮ ୱିକେଟରେ ହରାଇଛି ଇଂଲଣ୍ଡ । ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୧୯.୩ ଓଭରରେ କରିଥିଲା ୧୧୨ ରନ । ଜବାବରେ ଇଂଲଣ୍ଡ ବ୍ୟାଟିଂ କରି ୮ ୱିକେଟରେ ମ୍ୟାଚକୁ ଜିତିନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ପ୍ରଥମେ ଭଲ ପ୍ରଦର୍ଶନ କରିଥିଲା ।

କିନ୍ତୁ ପରେ ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା । ୨୦୧୦ ପରେ ଭାରତ ପ୍ରଥମ ଥର ପାଇଁ ସେମିଫାଇନଲାକୁ ଯାଇଥିଲେ ବି ଫାଇନାଲରେ ପଂହଚିବାର ଆଶା ଧୂଳିସାତ ହୋଇଚି । ପୂର୍ବରୁ ୱେଷ୍ଟଇଣ୍ଡିଜକୁ ହରାଇ ଅଷ୍ଟ୍ରେଲିଆ ମହିଳା ଦଳ ଫାଇନାଲରେ ପଂହଚିସାରିଛି । ଲିଗ୍ ପର୍ୟ୍ୟାୟରେ ଅପରାଜେୟ ରହିଥିବା ଭାରତ ସେମିଫାଇନାଲରୁ ବିଦା ହୋଇଛି । ଲିଗ୍ ପର୍ୟ୍ୟାୟରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ ଓ ଅଷ୍ଟ୍ରେଲିଆକୁ ହରାଇ ଗ୍ରୁପର ଶ୍ରେଷ୍ଠ ଦଳ ଭାବେ ସେମିଫାଇନାଲକୁ ଯାଇଥିଲା ଟିମ୍ ଇଣ୍ଡିଆ ।

Related posts

ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର ପରିଦର୍ଶନ କଲେ ଉପ-ଅଧିନାୟିକା ସ୍ମୃତି ମନ୍ଧାନା

Odisha Sports Bureau

କ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁ

Odisha Sports Bureau

୫୬ ଟି ଟି -୨୦ ମ୍ୟାଚ ଖେଳି ଇତିହାସ କଲେ ସୁର୍ଯ୍ୟକୁମାର ଯାଦବ

Odisha Sports Bureau