Cricket

କ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁ

କୋଲକାତା: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ । ଅଧିନାୟକତ୍ୱର ପ୍ରଥମ ସିରିଜରେ ହିଁ କ୍ଲିନ ସ୍ୱିପ ପରିସ୍ଥିତିରେ ରହିଛି ରୋହିତଙ୍କ ସେନା । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଥିବା ବେଳେ ଆଜିର ମ୍ୟାଚରେ ବିଜୟ ଲାଭ କଲେ ଦଳ କ୍ଲିନ ସ୍ୱିପ କରିବ । ରାଞ୍ଚିରେ ହୋଇଥିବା ଦ୍ୱିତୀୟ ମ୍ୟାଚରୁ ସିରିଜ ନିଜ ନାମରେ କରି ସାରିଛି ଭାରତ । ଏବେ କେବଳ କ୍ଲିନ ସ୍ୱିପର ଅପେକ୍ଷା । ସେପଟେ ନ୍ୟୁଜିଲାଣ୍ଡ ସିରିଜ ହାରିବା ପରେ ଆଜିର ମ୍ୟାଚ ଜିତି ସମ୍ମାନ ରକ୍ଷା କରିବା ପାଇଁ ଚେଷ୍ଟା କରିବ ।

india vs new zealand second t20 match report | IND vs NZ 2nd T20 : हिटमॅन आर्मीनं मालिका टाकली खिशात; दुसरा टी-२० सामनाही जिंकला!
ଆଜିର ମ୍ୟାଚରେ ବିଜୟ ହାସଲ କରିପାରିଲେ ଉଭୟ ରୋହିତ ଏବଂ ରାହୁଲ ଦ୍ରାବିଡ ଏକ ନୂଆ କିର୍ତ୍ତୀମାନର ସ୍ଥପନା କରିପାରିବେ । ନୂତନ ଅଧିନାୟକ ଏବଂ ନୂଆ କୋଚ ଭାବରେ ପ୍ରଥମ ଶୃଙ୍ଖଳା କ୍ଲିନ ସ୍ୱିପ କରିବାର ରେକର୍ଡ କରିପାରନ୍ତି । ତେବେ ସିରିଜ ଜିତିବା ପରେ ଆଜି ଦଳରେ କିଛି ପରିବର୍ତ୍ତନ କରିପାରେ ଟିମ ଇଣ୍ଡିଆ । ଦ୍ରୁତ ବୋଲର ଦୀପକ ଚହର କିମ୍ବା ଭୁବନେଶ୍ୱରଙ୍କ ସ୍ଥାନରେ ଅଭେଶ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ସେହିପରି ଅଶ୍ୱିନ କିମ୍ବା ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆଯାଇ ୟୁଜଭେନ୍ଦ୍ର ଚହଲ ଏବଂ ୱିକେଟ କିପର ଋଷଭ ପନ୍ତଙ୍କ ଇଶାନ କିଶାନଙ୍କୁ ଦଳରେ ଖେଳାଯାଇପାରେ । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ରୁତୁରାଜ ଗାଏକ୍ୱାଡଙ୍କୁ ମଧ୍ୟରେ ଆଜି ମ୍ୟାଚ ପାଇଁ ଡାକରା ମିଳିବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହିସବୁ ପରିବର୍ତ୍ତନ କୋଲକାତାର ଇଡେନ ଗାର୍ଡେନ୍ସର ପିଚ ଏବଂ ପରିବେଶ ଉପରେ ନିର୍ଭର କରିବ । ଜୟପୁରରେ ଯୁବ ବୋଲର ହର୍ଷଲ ପଟେଲ ପଦାର୍ପଣରେ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ଦଳୀୟ ପରିଚାଳକ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିପାରନ୍ତି। ନ୍ୟୁଜିଲାଣ୍ଡ ତାର ସଂଘର୍ଷରତ ମଧ୍ୟକ୍ରମରେ କିଛିଟା ଅଦଳ ବଦଳ କରିପାରେ।

Related posts

ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଙ୍ଗୁଲିଙ୍କ ଝିଅ

Odisha Sports Bureau

କ୍ରିକେଟରୁ ସନ୍ୟାସ ନେଇ ପୁଣି ପ୍ରତ୍ୟାବର୍ତ୍ତନ କଲେ ମନୋଜ ତିୱାରୀ

Odisha Sports Bureau

୧୫ ବର୍ଷ ପରେ, ବିରାଟ କୋହଲିଙ୍କୁ ଏହି ଦଳରେ ପ୍ରବେଶ ମିଳିଛି

Odisha Sports Bureau