Cricket

ସଫଳତାର ସହ ସରିଲା କେଏଲ ରାହୁଲଙ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ସଫଳତାର ସହ ସରିଲା କେଏଲ ରାହୁଲଙ୍କ ଅସ୍ତ୍ରୋପଚାର । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପରଜ୍ୟାଂଟସର ଅଧିନାୟକ ଦାୟିତ୍ୱ ସେ ତୁଲାଉଥିଲେ । ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ଡାକ୍ତର ଅସ୍ତ୍ରୋପଚାର କରିବା ପାଇଁ କହିଥିଲେ । ଏ ନେଇ ରାହୁଲ ସୋସିଆଲ ମିଡିଆରେ ଅସ୍ତ୍ରୋପଚାର ସଫଳ ହେବା ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି ।ରାହୁଲ ଖରାପ ଫର୍ମ ନେଇ ପୂର୍ବରୁ ସମାଲୋଚିତ ହେଉଥିଲେ । ତେବେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ସେତେଟା ଖରାପ ନ ଥିଲା । ଆଇପିଏଲରେ ଲକ୍ଷ୍ନୌ ୧୧ ପଂଏଟ ହାସଲ କରି ଏବେ ୪ର୍ଥ ସ୍ଥାନରେ ରହିଛି । ନିକଟରେ ରାହୁଲଙ୍କ ଅସୁସ୍ଥତା ନେଇ ତାଙ୍କ ଶ୍ୱଶୂର ସୁନୀଲ ସେଟ୍ଟୀ କହିଥିଲେ ପଡିଆ ରହିବ, ଖେଳାଳି ବଦଳିବେ । ଆମକୁ ସମସ୍ତ ପ୍ରକାର ପରିସ୍ଥିତି ସହ ମୁକାବିଲା କରିବ ଚଳିବାକୁ ପଡିବ ।

Related posts

ରାମ୍ଭିକଟାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ଏଲଏଲସି ଖେଳିବେ ଭାରତର ପୂର୍ବତନ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ

Odisha Sports Bureau

ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବି ବାହାରେ ବସିବେ ରୋହିତ

Odisha Sports Bureau