Wrestling

ବ୍ରିଜ ଭୂଷଣଙ୍କୁ ନାର୍କୋ ଟେଷ୍ଟ ପାଇଁ ଚ୍ୟାଲେଞ୍ଜ କଲେ ରେସଲର ସାକ୍ଷୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଦୁଷ୍କର୍ମ ମାମଲା ଆଣିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେଇ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ୭ଜଣ ରେସଲର ବ୍ରିଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଣିଛନ୍ତି ।  ୨୦୧୬ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ ବୁଧବାର ବ୍ରିଜଭୂଷଣଙ୍କୁ ଚ୍ୟାଲେଂଜ କରି କହିଛନ୍ତି, ତୁମେ ଯଦି କିଛି ଭୁଲ କରି ନାହଁ ତାହାହେଲେ ନାର୍କୋ ଟେଷ୍ଟ ସାମ୍ନା କର ।

 

ସେ ଏବେ ବି ଡବ୍ଲ୍ୟୁଏଫଆଇ କାର୍ଯ୍ୟରେ କାହିଁକି ମୁଣ୍ଡ ପୂରାଉଛନ୍ତି ବୋଲି ସାକ୍ଷୀ ଅଭିଯୋଗ ଆଣିଛନ୍ତି । ୨୦୨୧ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ କହିଛନ୍ତି ସମସ୍ତ ପ୍ରତିଯୋଗିତା ଆଇଓଏର ଆଡଡକ ପ୍ୟାନେଲ ଅନୁସାରେ ହେଉ । ଯଦି ବ୍ରିଜଭୂଷଣ ଏଥିରେ ସାମିଲ ହେବାକୁ ଚେଷ୍ଟା କରିବେ ତେବେ ଆମେ ବିରୋଧ କରିବୁ ବୋଲି ସେ କହିଛନ୍ତି ।

ବ୍ରିଜଭୂଷଣଙ୍କ ବିରୋଧରେ ଯାଂଚ ପ୍ରକ୍ରିୟା ଧୀମା ହେଉଥିବାରୁ ଏହାର ପ୍ରତିବାଦରେ ଗୁରୁବାର ସମସ୍ତେ କଳାପଟି ପିନ୍ଧିବେ ବୋଲି ନିଷ୍ପତି ନେଇଛନ୍ତି ।

Related posts

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ: ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ହରିୟାଣା କୁସ୍ତି ତାରକା ଅନିତା ସେରଣ

ବ୍ରିଜଭୂଷଣ ମାମଲାରେ ଜୁନ ୧୫ ସୁଦ୍ଧା ଶେଷ ହେବ ତଦନ୍ତ: କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍

Odisha Sports Bureau