Wrestling

ବ୍ରିଜଭୂଷଣଙ୍କୁ ସମନ: ଜୁଲାଇ ୧୮ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଜୁଲାଇ ୧୮ ତାରିଖରେ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟକୁ ସମନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ପର୍ୟ୍ୟାପ୍ତ ପ୍ରମାଣ ରହିଛି ବୋଲି କୋର୍ଟ କହିବାପରେ ଏହି ସମନ ଯାଇଚି । ଯୌନ ନିର୍ୟାତନା, ଅପରାଧିକ ଧମକ ଏବଂ ପିଛା କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜୁନ୍ ୧୫ ତାରିଖରେ ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଅନେକ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହେବା ପରେ ପୁଲିସ୍ ଏହି ଚାର୍ଜସିଟ୍ ଦାଖଲ କରିଥିଲା।

ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ଶ୍ରୀ ସିଂହଙ୍କ ବିରୋଧରେ ଆଉ ଏକ ଏଫଆଇଆର୍ ରୁଜୁ କରାଯାଇଥିଲା। ଯାହା କି ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ରୁଜୁ ହୋଇଥିଲା।ଶ୍ରୀ ସିଂହଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ଆଣିଥିବା ୭ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ସେ ଜଣେ ଥିଲେ। ଅନେକ ଅଲିମ୍ପିକ୍ ଏବଂ ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କ ସମେତ କୁସ୍ତିଯୋଦ୍ଧାମାନେ ଗତ ଜାନୁଆରିରେ ଶ୍ରୀ ସିଂହଙ୍କ ବିରୋଧରେ ଧାରଣା ଆରମ୍ଭ କରିଥିଲେ ଏବଂ ପରେ ଏପ୍ରିଲରେ କାର୍ୟ୍ୟାନୁଷ୍ଠାନ ନ ହେବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ତେବେ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ । ଯଦି ଅଦାଲତଙ୍କ ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ।

Related posts

ବିଶ୍ୱ କୁସ୍ତି ଚମ୍ପିଆନସିପ ଫାଇନାଲରୁ ବାହାରିଲେ ଦୀପକ ପୁନିଆ

Odisha Sports Bureau

ଘରକୁ ଫେରିଲେ କୁସ୍ତିଯୋଦ୍ଧା

Odisha Sports Bureau

ମହିଳା ରେସଲର ଭିନେଶ ଫୋଗଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ