Cricket

ନିଆରା ଢଙ୍ଗରେ ଧୋନିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ପନ୍ଥ

ନୂଆଦିଲ୍ଲୀ:  ଆଜି କ୍ୟାପଟେନ୍ କୁଲଙ୍କ ଜନ୍ମଦିନ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ଧୋନିଙ୍କ ଜନ୍ମଦିନକୁ ଏକ ସ୍ବତନ୍ତ୍ର ଶୈଳୀରେ ପାଳନ କରିଛନ୍ତି କ୍ରିକେଟର୍ ଋଷଭ ପନ୍ଥ। ସେ ଧୋନିଙ୍କ ପାଇଁ ଏକ ସୁନ୍ଦର କେକ୍ କାଟି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ କେକ୍ କାଟିବା ବେଳର ଏକ ଫଟୋ ପୋଷ୍ଟ୍ କରି କ୍ୟାପସନରେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମାହି ଭାଇ। ତୁମେ ପାଖରେ ନାହଁ ତେଣୁ ତୁମ ପାଇଁ କେକ୍ ମୁଁ ହିଁ କାଟିଦେଉଛି।

ପ୍ରଶଂସକମାନେ ପନ୍ଥଙ୍କ ଏହି ପୋଷ୍ଟକୁ ଖୁବ୍ ପସନ୍ଦ କରିଛନ୍ତି। ଏହି ପୋଷ୍ଟରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ପନ୍ଥ ଧୋନିଙ୍କୁ ନିଜର ଗୁରୁ ମାନନ୍ତି। ସମୟ ପାଇଲେ ସେ ଧୋନିଙ୍କ ପାଖକୁ ଯାଇ ଖେଳ ସଂପର୍କରେ କିଛି ଟିପ୍ସ ଗ୍ରହଣ କରିଥାନ୍ତି। ପନ୍ଥଙ୍କ ବ୍ୟତୀତ ଜାଡ଼େଜା, ରାଇନା ଆଦି କ୍ରିକେଟର୍ ଧୋନିଙ୍କୁ ସୋସିଆଲ୍ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଧୋନିଙ୍କୁ ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ ପକ୍ଷରୁ ବି ଏକ ଟ୍ବିଟର୍ ପୋଷ୍ଟ୍ ଜରିଆରେ ଶୁଭେଚ୍ଛା ଦିଆଯାଇଛି। ଏଥର ଆଇପିଏଲରେ ଧୋନି ଚେନ୍ନାଇ ସୁପର୍ କିଙ୍ଗସର ଅଧିନାୟକତ୍ବ କରି ବିଜୟୀ ହୋଇଥିଲେ।

Related posts

ବିଶ୍ୱକପରୁ ବାଦ ପଡ଼ିଲା ୱେଷ୍ଟଇଣ୍ଡିଜ

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ ମ୍ୟାଚ: ସିରିଜ ବିଜୟ ଲକ୍ଷରେ ଟିମ ଇଣ୍ଡିଆ

Odisha Sports Bureau

ବାବର ଆଜମଙ୍କ ରାଗିବା ମହଙ୍ଗା ପଡ଼ିଲା, ICC ନେଲା କାର୍ଯ୍ୟାନୁଷ୍ଠାନ, ମିଳିଲା ଦଣ୍ଡ

Odisha Sports Bureau