Hockey

ମେଫେୟାରରେ ରହିବେ ହେଲେ ଖାଇବେ ନାହିଁ ଇଂଲଣ୍ଡ

(ଆଦର୍ଶ ରାଉତ): ହକି ପୁରୁଷ ବିଶ୍ୱକପ ପାଇଁ ରାଜଧାନୀ ଉତ୍ସବମୁଖର ହୋଇ ଉଠିଥିବାବେଳେ ନଭେମ୍ବର ୨୫ ତାରିଖ ସୁଦ୍ଧା ଭୁବନେଶ୍ୱରରେ ସମସ୍ତ ହକି ଟିମ୍ ପହଞ୍ଚିବେ। ସମସ୍ତ ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ତାରକା ହୋଟେଲରେ ରହଣୀ ସହ ପ୍ରତ୍ୟେକ ଦେଶର ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି। ତେବେ ଇଂଲଣ୍ଡ ଟିମଙ୍କ ରହଣୀ ପାଇଁ ହୋଟେଲ୍ ମେ ଫେୟାର ଲାଗୁନରେ ବ୍ୟବସ୍ଥା ହୋଇଛି। ମାତ୍ର ସେମାନେ ଏହି ହୋଟେଲରେ ରହିବେ ହେଲେ ଖାଇବେ ନାହିଁ ବୋଲି ହକି ଇଣ୍ଡିଆ ପୋଲିସ କମିଶନରଙ୍କ ନିକଟକୁ ଚିଠି ଲେଖିଛନ୍ତି ।

ହକି ଇଣ୍ଡିଆ ପକ୍ଷରୁ ସୈନିକ ସ୍କୁଲ ନିକଟ ଏକ ରେଷ୍ଟୁରାଣ୍ଟରେ ଇଂଲଣ୍ଡ ଖେଳାଳି ଓ ଟିମ୍‌ ମ୍ୟାନେଜମେଣ୍ଟ ଖାଇବା ବ୍ୟବସ୍ଥା କରିବ ବୋଲି ଚିଠିରେ ଦର୍ଶାଯାଇଛି। ୨୦୧୭ ହକି ବିଶ୍ୱକପ୍ ଲିଗ୍ ମ୍ୟାଚରେ ରାଜଧାନୀରେ ହକି ଲିଗ୍ ମ୍ୟାଚ ଖେଳାଯିବା ସମୟରେ ଇଂଲଣ୍ଡ ଟିମର ଖେଳାଳୀମାନେ ମେଫେୟାରରେ ରହିଥିଲେ ଓ ହୋଟେଲର ଖାଦ୍ୟ ଖାଇଥିଲେ। ତେବେ ଖାଦ୍ୟ ଖାଇବା ପରେ ସେମାନଙ୍କ ପେଟ ଖରାପ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଏହି ଦଳ ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ହକି ଇଣ୍ଡିଆର ଏହି ଚିଠି ପାଇବା ପରେ ପୋଲିସ କମିଶନର ମଧ୍ୟ ଟିମ୍ ଗୁଡିକୁ ଉଚିତ୍ ସୁରକ୍ଷା ଯୋଗାଇ ଦିଆଯିବ କହିଛନ୍ତି। ସେମାନେ ଖାଇବାକୁ ଯିବା ସମୟରେ ଟିମର ସୁରକ୍ଷା ନେଇ ପୋଲିସ ଯତ୍ନବାନ ହେବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି।

ଅନ୍ୟପକ୍ଷେ ଖାଦ୍ୟପେୟ ମାଧ୍ୟମରେ ଓଡିଆ ସଂସ୍କୃତିକୁ ପ୍ରତ୍ୟେକ ଦେଶର ଖେଳାଳିଙ୍କ ନିକଟରେ ପହଂଚାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା କରାଯାଇଛି। ଓଡ଼ିଆ ଖାଦ୍ୟ ପ୍ରତି ଯେପରି ସମସ୍ତ ଖେଳାଳି ଓ ଟିମ୍‌ ମ୍ୟାନେଜମେଣ୍ଟଙ୍କ ରୁଚି ବଢ଼ିବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ସୁସ୍ୱାଦୁ ଓଡ଼ିଆ ପିଠା, ମିଠା ଓ ଅନ୍ୟାନ୍ୟ ପ୍ରସିଦ୍ଧ ଖାଦ୍ୟସାମଗ୍ରୀ ବ୍ୟବସ୍ଥା କରାଯାଇଛି।

Related posts

ହକି ବିଶ୍ୱକପରେ ଝଲସିବ ତାରକସି କରୁକାର୍ଯ୍ୟ

Odisha Sports Bureau

ବିଶ୍ୱକୁ ମିଳିଲା ନୂଆ ଚମ୍ପିଆନ

Odisha Sports Bureau

ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ:ଡିସିପି

Odisha Sports Bureau