Cricket

ମ୍ୟାନ୍ ଅଫ୍ ଦ ସିରିଜ୍ ମିଳିବା ପରେ ଉତ୍ସାହିତ ହୋଇ ଶିଶୁ ଫ୍ୟାନ୍ସଙ୍କୁୁୁ ନିଜ ବାହୁରେ ତୋଳି ଧରିଥିଲେ ଧାୱନ୍

( ଓଡିଶା ସ୍ପୋର୍ଟ): ସିଡନୀ ଟି-୨୦କୁୁ ୬ ୱେକେଟ୍ ରେ ଜିତି ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି୨୦ ମ୍ୟଚ୍ ର ସିରିଜ୍ ୧-୧ରେ ସମାନତା କରିଛନ୍ତି । ବିଜୟର ହିରୋ ବିରାଟ କୋହଲି( ୪୧ ବଲ୍ ରେ ୬୧ଞ୍ଚ ରନ୍) ରହିଛନ୍ତି, କିନ୍ତୁୁ ମ୍ୟାନ୍ ଅଫ୍ ଦ ସିରିଜ୍୍ ସିଖର ଧାୱନ ହୋଇଛନ୍ତି । ଆୱାର୍ଡ ମିଳିବା ପରେ ଧାୱନ୍ କିଛି ଏପରି କଲେ ଷ୍ଟାଡିୟମ୍ରେ ଉପସ୍ଥିତ ଥିବା ସମସ୍ତ ଫ୍ୟାନ୍ସ୍ ନିଜର ହୃଦୟ ହରାଇବସିଥିଲେ । ବ୍ରେସବେନ୍ ରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଧାୱନ ୪୨ ବଲ୍ ରେ ୭୬ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ମୁକାବିଲା ବର୍ଷା କାରଣରୁ ଧୋଇ ଯାଇଥିଲା, ତେବେ ସିଡନୀରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟି-୨୦ରେ ୨୨ ବଲ୍ ରେ ୪୧ ରନ୍ ସଂଗ୍ରହ କରିବା ସହିିତ ଭାରତୀୟ ଟିମ୍ ଯୋରଦାର ଆରମ୍ଭ କରିଥିଲେ ।

ଧାୱନ୍ ଷ୍ଟେଜ୍ ଉପରକୁ ଯିବା କ୍ଷଣି ସଙ୍ଗେ ସଙ୍ଗେ ଏକ ଶିଶୁ ଫ୍ୟାନ୍ସ୍ ତାଙ୍କ ହାତରେ ଟ୍ରଫି ଧରାଇଦେଇଥିଲେ । ଖୁସିରେ ଉତ୍ସାହିତ ଧାୱନ୍ ତାଙ୍କୁ ନିଜ ବାହୁରେ ତୋଳିଧରିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଫ୍ୟାନ୍ସ ହସିବାକୁ ଲାଗିଥିଲେ । ଯେତେବେଳେ ଧାୱନଙ୍କୁ ପଚରାଯାଇଥିଲା କି ସେ ନିଜର ଶ୍ୱାଶୁର ଘରେ ମ୍ୟାଚ୍ ଜିତିବା ପରେ ତାଙ୍କୁୁ କିପରି ଲାଗୁଛି, ସେ ହସି କହିଥିଲେ ଯେହେତୁ ଶ୍ୱଶୁର ଘରେ ଅଛୁ ଭଲ ତ ଖେଳିବାର ଥିଲା ଏବଂ ମ୍ୟାଚ୍ ଜିତି ଭଲ ଲାଗୁଛି । ଧାୱନଙ୍କ ପତ୍ନୀ ଆଶା ଅଷ୍ଟ୍ରଲିଆର ଅଟନ୍ତି ।

ଧାୱନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଡିସେମ୍ବରରୁୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ୍ ପାଇଁ ଇଣ୍ଡିଆ ଟିମ୍ରେ ସାମିଲ କରାଯାଇନାହିଁ । ଏଥିରେ ଧାୱବନ କହିଥିଲେ ମୋ ପରିବାର ଏବେ ବ୍ରେସୱେନ୍ ରେ ଅଛନ୍ତି, ଏଥିପାଇଁ ସେ ସୋମବାର ଦିନ ସିଡନୀରୁ ବ୍ରେସବନ୍ ଯିବେ ଏବଂ ନିଜର ସମୟ ପରିବାର ସହିତ ବିତାଇବେ ।

Related posts

ଦିଲ୍ଲୀରେ କୌଣସି ମ୍ୟାଚ ଖେଳା ଯିବ ନାହିଁ କୌଣସି ଆଇପିଏଲ ମ୍ୟାଚ

Odisha Sports Bureau

ସୁରେଶ ରାଇନା ଏବଂ ଦେବାଶିଷ ମହାନ୍ତିଙ୍କୁ ସରକାରୀ ବ୍ରାଣ୍ଡ ଆମ୍ବାସାଡର ଭାବେ ନାମିତ

Odisha Sports Bureau

ଟିମ୍ ଇଣ୍ଡିଆର ପରବର୍ତ୍ତୀ ଟି-୨୦ ସିରିଜର ଅଂଶ ହୋଇପାରନ୍ତି ବୈଭବ ସୂର୍ଯ୍ୟବଂଶୀ

Odisha Sports Bureau