Hockey

ସ୍ମାର୍ଟସିଟିରେ ଧକ୍ ଧକ୍ ଗର୍ଲ ମାଧୁରୀ

 ସ୍ମାର୍ଟସିଟିରେ ଧକ୍ ଧକ୍ ଗର୍ଲ ମାଧୁରୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ । ତେବେ ଆସନ୍ତାକାଲି ଉଦ୍‌ଘାଟନୀ ଉତ୍ସବରେ “ଦି ଆର୍ଥ ସଙ୍ଗ”ରେ ନୃତ୍ୟ ପରିବେଷଣ କରିବେ ମାଧୁରୀ ।

ସେଥିପାଇଁ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ମାଧୁରୀ । ମାଧୁରୀଙ୍କ ଡ୍ୟାନ୍ସ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ହକି ବିଶ୍ୱ କପର ଥିମ୍ ରହିଛି ଏକତ୍ରିତ ବିଶ୍ୱର ଶକ୍ତି । “ଦି ଆର୍ଥ ସଙ୍ଗ” ମାଧ୍ୟମରେ ଏହି ଥିମକୁ ପ୍ରଦର୍ଶନ କରାଯିବ । ମାଧୁରୀଙ୍କ ସହ ୧୧୦୦ କଳାକାର ନୃତ୍ୟ ପରିବେଷଣ କରିବେ ।

ପ୍ରାୟ ୪୦ ମିନିଟ ଧରି ହେବାକୁ ଥିବା ଏହି ନୃତ୍ୟ ପ୍ରଦର୍ଶନରେ ୫ଟି ଆକ୍ଟ ପ୍ରଦର୍ଶିତ ହେବ । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରନଜିତ ବାରୋଟଙ୍କ ସଙ୍ଗିତରେ ନାଚିବେ ମାଧୁରୀ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୁପୁର ମହାଜନ ।

ଏହାସହ କଳିଙ୍ଗ ଷ୍ଟାଡିୟମ୍ ଉଦଘାଟନୀ ମ୍ୟାଚ୍‌ରେ କଂଟେମ୍ପୋରାରି, କ୍ଲାସିକାଲ, ଜାଜ୍, ବାଲେଟ, ଆଫ୍ରୋ, ଶାସ୍ତ୍ରୀୟ, ଓଡିଶୀ, ମୋହିନିଆଟ୍ଟମ ଏବଂ କଥକ ପରବେଷଣ କରିବେ ମାଧୁରୀ ଦୀକ୍ଷିତ୍ ।

Related posts

ହକି ପରେ ଫୁଟବଲକୁ ଫୋକସ : ଭୁବନେଶ୍ବରରେ ହେବ ଦେଶର ପ୍ରଥମ ଫୁଟ୍‌ବଲ ଟାଲେଣ୍ଟ ଏକାଡେମୀ

Odisha Sports Bureau

ହକି ବିଶ୍ୱକପ୍ ର ଦୁଇ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ବେଲଜିୟମ-ଦକ୍ଷିଣ ଆଫ୍ରିକା ଓ ଭାରତ-କାନାଡ଼ା

Odisha Sports Bureau

ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିଛି

Odisha Sports Bureau