Hockey

ହକି ବିଶ୍ୱକପ୍ ର ଦୁଇ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ବେଲଜିୟମ-ଦକ୍ଷିଣ ଆଫ୍ରିକା ଓ ଭାରତ-କାନାଡ଼ା

(ଓଡିଶା ସ୍ପୋର୍ଟ): ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ପୁଲ୍ ‘ସି’ ତୃତୀୟ ତଥା ଚୂଡାନ୍ତ ରାଉଣ୍ଡ୍ ଲିଗ୍ ଖେଳ ଅ୍ରାଜି ଅନୁଷ୍ଠିତ ହେବ ।ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମ ମ୍ୟାଚରେ ବେଲଜିୟମ ସହ ଦକ୍ଷିଣ ଆଫ୍ରିକା ମୁକାବିଲା କରିବାକୁଥିବାବେଳେ ଦ୍ୱିତୀୟ ମ୍ୟାଚରେ କାନାଡା ସହ ମୁକାବିଲା କରିବ ଆୟୋଜକ ଭାରତ ।

ଆଜିର ୨ଟି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହେବାର ରହିଛି । ସମସ୍ତ ଦଳ କ୍ୱାର୍ଟର୍ ଫାଇନାଲକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ମ୍ୟାଚ୍ରେ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା । ଭାରତ ନିଜ ପାରଦର୍ଶିତା ଦେଖାଇ ଶେଷ ମ୍ୟାଚ ଲିଗ୍ରେ କାନାଡାକୁ ଟକ୍କର ଦେବ । ଭାରତ ଆଜିର ମ୍ୟାଚ୍ ଜିତିବା କିମ୍ବା ଡ୍ର ରଖିବାକୁ ଚେଷ୍ଟା କରିବ । ତେବେ ଯାଇ ଭାରତ ସିଧାସଳଖ କ୍ୱାର୍ଟର୍ ଫାଇନାଲକୁ ପ୍ରବେଶ କରି ପାରିବ । ଉଭୟ ବେଲ୍ଜିୟମ୍ ଓ ଭାରତ ସମାନ ପଏଣ୍ଟରେ ରହିଛନ୍ତି । ତେବେ ଗୋଲ ପ୍ରଦର୍ଶନ ଦୃଷ୍ଟିର ଭାରତ ତାଲିକାର ଶୀର୍ଷରେ ରହିଛି ।

କାନାଡା ବିପକ୍ଷରେ ଭାରତ ଖୁବ ଭଲ ଖେଳିବ ବୋଲି ମୁଖ୍ୟ କୋଚ ହରେନ୍ଦ୍ର ସିଂ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅନ୍ୟ ପକ୍ଷରେ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି ଯେ ଭାରତୀୟ ଖେଳାଳି ବେଶ କିଛି ଦିନ ବ୍ୟବଧାନରେ ପୁଣି ତାଜା ହୋଇଛନ୍ତି । ଶାରୀରିକ ଓ ମାନସିକସ୍ତରରେ ଖେଳାଳି ମାନେ ଅତ୍ୟନ୍ତ ଦୃଢ ରହିଛନ୍ତି । ଫଳରେ କାନାଡା ବିପକ୍ଷରେ ଥିବା ମ୍ୟାଚରେ ମଧ୍ୟ ଭଲ ଖେଳିବେ ବୋଲି ସେ ଆଶା ରଖିଛନ୍ତି ।

Related posts

୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

Odisha Sports Bureau

କନିଷ୍ଠ ମହିଳା ଏସିଆ କପ୍‌ ହକି ସେମିଫାଇନାଲ୍‌ରେ ପ୍ରବେଶ କରିଛି ଭାରତ

ହକି ବିଶ୍ଵକପ୍ ୨୦୨୩ ଉପଲକ୍ଷେ ଚିତ୍ରାଵଙ୍କନ ପ୍ରତିଯୋଗିତା ସହିତ ମିନି ମାରାଥନ ରେସ୍ ଅନୁଷ୍ଠିତ

Odisha Sports Bureau