More Sports

ପ୍ରୋ କବାଡି ଲିଗ୍: ପୁୁଣିଥରେ ଦେଖିବାକୁ ମିଳିଛି ପ୍ରଦିପ୍ ନରୱାଲଙ୍କ ଜାଦୁ, ପାଟନା ପୁଣେରି ପଲଟନକୁ ହରାଇଲା

(ଓଡିଶା ସ୍ପୋର୍ଟ): କ୍ୟାପ୍ଟେନ୍ ପ୍ରଦିପ୍ ନରୱାଲଙ୍କ ରେକର୍ଡ ୨୭ ଅଙ୍କର ଦମ୍ ରେ ଉପସ୍ଥିତ ଚମ୍ପିଆନ ପାଟନା ପାଇରେଟସ୍ ପ୍ରୋ କବାଡି ଲିଗ୍(ପିକେଏଲ୍)ର ଷଷ୍ଠ ସିଜିନରେ ଇଣ୍ଟର ଜୋନ୍ ଚ୍ୟାଲେଞ୍ଜ ମୁକାବିଲାରେ ଶୁକ୍ରବାର ଦିନ ପୁଣେରି ପଲଟନ୍ ଙ୍କୁୁ ଏକତରଫା ଅନ୍ଦାଜରେ ୫୩-୩୬ରେ ପରାସ୍ତ କରିଛନ୍ତି । ଦୁଇଟିଯାକ ହାଫ୍ ରେ ପାଟନାର ପଲ୍ଲା ଭାରି ରହିଥିଲା । ତିନି ତିନି ଥର ବିଜେତା ହୋଇଥିବା ପାଟନାର ଏହି ସିଜିନରେ ୧୭ ମୁକାବିଲାରେ ୯ମ ବିଜୟ ଥିଲା । ପାଟନା ଏବେ ୫୧ଅଙ୍କ ସହିତ ଜୋନ୍–ବି ରେ ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ, ପୁଣେରିକୁ ୨୦ ମ୍ୟାଚରୁ ୧୧ତମ ପରାଜୟ ସହିବାକୁ ପଡିଛି । ଟିମ୍ ୪୭ ଅଙ୍କ ସହିତ ଜୋନ୍- ଏ ରେ ଚତୁର୍ଥ ସ୍ଥାନରେ ରହିଛି ।
ବିଜେତା ପାଟନା ପାଇଁ ପ୍ରଦିପ୍ଙ୍କ ୨୭ ଅଙ୍କ ବାଦ୍ ମଞ୍ଜିତ୍ ୬ ଏବଂ ବିକାଶ କାଲେ ଦୁଇଟି ଅଙ୍କ ନେଇଥିଲେ । ପାଟନାକୁ ରେଡ୍ ଠାରୁ ୩୩, ଟେକଲ ଠାରୁ ୧୨, ଅଲଆଉଟ୍ ଠାରୁ ୬ ଏବଂ ଦୁଇଟି ଅତିରିକ୍ତ ଅଙ୍କ ହାସଲ କରିଥିଲେ । ପୁନେରୀ ତରଫରୁ ମୋରେ ଜିବି ୧୩, ସଂନ୍ଦିପ ନରବାଲ ୭ ଏବଂ ପରବେଶ ୩ ଅଙ୍କ ହାସଲ କରିଛନ୍ତି । ଟିମ୍ ରେଡ୍ ଠାରୁ ୨୮, ଟେକଲ ଠାରୁ ୬ ଏବଂ ନିନୋଟି ଅତିରିକ୍ତ ଅଙ୍କ ବାଣ୍ଟିଥିଲେ ।

Related posts

୪୬.୯୨ ସେକେଣ୍ଡରେ ୪୦୦ ମିଟର ବାଧା ଦୌଡରେ ଇତିହାସ ରଚିଲେ ୱାରହୋମ

Odisha Sports Bureau

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau

ନିରଜ ଚୋପ୍ରାଙ୍କ ବଡ଼ ନିଷ୍ପତ୍ତି: ସିଧା ବିଶ୍ୱ ଚାମ୍ପିୟନସିପରେ ଆସିବେ ନଜର