More Sports

ବାର୍ସିଲୋନା ସ୍ପେନ୍ ମାଷ୍ଟର୍ସରେ ସାଇନାଙ୍କ ବିଜୟ ସହ ଅଭିଯାନ ଆରମ୍ଭ

(ଓଡ଼ିଶା ସ୍ପୋର୍ଟ): ଚଳିତ ବାର୍ସିଲୋନା ସ୍ପେନ୍ ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପରେ ବିଜୟ ସହ ଭାରତର ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହ୍ୱାଲ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଭାରତର ଅନ୍ୟତମ ତାରକା ଏଚଏସ୍ ପ୍ରଣୟ ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି।
ସାଇନା ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ଜର୍ମାନୀର ୟୋଗନୀ ଲି’ଙ୍କୁ ସିଧାସଳଖ ୨୧-୧୬, ୨୧-୧୪ ଗେମରେ ପରାସ୍ତ କରିଛନ୍ତି। ଏହି ମୁକାବିଲାକୁ ଜିତିବା ପାଇଁ ସାଇନା ମାତ୍ର ୩୫ ମିନିଟ୍ ସମୟ ନେଇଥିଲେ। ସେହିପରି ପ୍ରଣୟ ପୁରୁଷ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ମ୍ୟାଲେସିୟାର ଡାରେନ୍ ଲିଉଙ୍କ ନିକଟରୁ ୧୮-୨୧, ୧୫-୨୧ ଗେମରେ ହାରିଯାଇଛନ୍ତି।
ଭାରତର ମିକ୍ସଡ୍ ଡବଲ୍ସ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍ ସିକ୍କି ରେଡ୍ଡି ପ୍ରଥମ ରାଉଣ୍ଡରେ ଡେନମାର୍କର ମାଥିଆସ୍ ଖ୍ରୀଷ୍ଟିଆନସେନ୍ ଓ ଆଲେକଜାଣ୍ଡ୍ରା ବୋଜେଙ୍କୁ ୧୦-୨୧, ୨୧-୧୬, ୨୧-୧୭ ଗେମରେ ହରାଇଛନ୍ତି।

Related posts

କ୍ରିକେଟରଙ୍କ ସହିତ ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ କଙ୍ଗନା

Odisha Sports Bureau

୧୬ରୁ ଦ୍ୱାଦଶ ଜାତୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ

Odisha Sports Bureau

କ୍ରୀଡ଼ା ଉପଦେଷ୍ଟାର ସଦସ୍ୟ ହେଲେ ଗଗନେନ୍ଦୁ

Odisha Sports Bureau