Cricket

ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ପୁଣିଥରେ ରାଜନୀତିରେ

(ଓଡିଶା ସ୍ପୋର୍ଟ଼): ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ରାଜନୀତିକ କ୍ୟାରିୟର ପୁଣିଥରେ ଆରମ୍ଭ ହୋଇଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତାଙ୍କୁ ରାଜ୍ୟର କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି। ୨୦୧୪ ଲୋକସଭା ନିର୍ବାଚନରେ ହାରିବା ପରେ ଆଝାରୁଦ୍ଦିନଙ୍କ ରାଜନୀତିକ ଇନିଂସ୍ ଏକ ପ୍ରକାରର ଠପ୍ ହୋଇଯାଇଥିଲା ଆଝାରୁଦ୍ଦିନଙ୍କ ନିର୍ଦ୍ଦେଶରେ ଏବେ କଂଗ୍ରେସ ତେଲେଙ୍ଗାନା ନିର୍ବାଚନ ବୈତରଣୀ ପାର ହେବାକୁ ନଜର ରଖିଛି।

୨୦୦୯ରେ ଆଝାରୁଦ୍ଦିନ ଉତ୍ତର ପ୍ରଦେଶର ମୋରଦାବାଦରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ସେ ରାଜସ୍ଥାନର ଟୋଙ୍କ ସାୱାଇ ମାଧପୋରରୁ ପ୍ରାର୍ଥୀ ହୋଇଥିବା ବେଳେ ପରାସ୍ତ ହୋଇଥିଲେ। କିଛିଦିନ ହେଲା କଂଗ୍ରେସ ଉପରେ ଆଝାରୁଦ୍ଦିନ ଖୁସି ନଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ କଂଗ୍ରେସ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ ଖେଳିଥିବା କୁହାଯାଉଛି।

ଆଝାରୁଦ୍ଦିନଙ୍କ ବ୍ୟତୀତ ବିଏମ୍ ବିନୋଦ କୁମାର ଓ ଜାଫର ଜାଭେଦଙ୍କୁ କଂଗ୍ରେସ ରାଜ୍ୟର ଉପସଭାପତି ଭାବେ ଦାୟିତ୍ୱ ଦେଇଛି ।

Related posts

ଭାରତ-ଶ୍ରୀଲଙ୍କା ସିରିଜ ଭିତରେ ପଶିଲା ଇଂଲଣ୍ଡ

ଆସେସ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଝଟକା

Odisha Sports Bureau

ଋଷବ ପନ୍ଥଙ୍କୁ ଧନ୍ୟବାଦ ଜଣାଇଲେ ଈଶାନ କିଷାନ, ବ୍ୟାଟ୍‌ରେ RP17 ଲେଖି କରିଥିଲେ ବ୍ୟାଟିଂ