Cricket

ରେକର୍ଡ ସୃଷ୍ଟି କରିବାଠାରୁ ମାତ୍ର ୮ ରନ୍ ଦୂରରେ ବିରାଟ

(ଓଡିଶା ସ୍ପୋର୍ଟ): ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଅଷ୍ଟ୍ରେଲିଆ ମାଟିରେ ଏକ ବିରଳ ରେକର୍ଡ ସୃଷ୍ଟି କରିବାଠାରୁ ମାତ୍ର ୮ ରନ୍ ଦୂରରେ ରହିଛନ୍ତି। ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ୍ ମ୍ୟାଚ୍ରେ ସେ ଯଦି ୮ ରନ୍ କରିନେବେ, ତା’ହେଲେ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍ ପୂରଣ କରିବାର ରେକର୍ଡ ସୃଷ୍ଟି କରିବେ।

ପୂର୍ବରୁ ଭାରତ ପକ୍ଷରୁ କେବଳ ରାହୁଲ ଡ୍ରାଭିଡ୍, ସଚିନ୍ ତେନ୍ଦୁଲକର ଓ ଭିଭିଏସ୍ ଲକ୍ଷ୍ମଣ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍ କରିବାରେ ସକ୍ଷମ ହୋଇଥିଲେ। ଏବେ ଏହି କ୍ଲବରେ ବିରାଟ୍ ସାମିଲ ହେବାର ସୁଯୋଗ ରହିଛି।

ଅଷ୍ଟ୍ରେଲିଆରେ ବିରାଟ୍ ୮ଟି ଟେଷ୍ଟ ମ୍ୟାଚ୍ରେ ୯୯୨ ରନ୍ କରିଛନ୍ତି। ଏଠାରେ ବିରାଟଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୧୬୯। ଏହି ୧୬୯ ରନ୍ ସେ ୨୦୧୪ରେ ଏମ୍ସିଜିରେ ହାସଲ କରିଥିଲେ। ବିରାଟ୍ଙ୍କ ବ୍ୟାଟିଂ ହାର ଅଷ୍ଟ୍ରେଲିଆରେ ୬୨ ରହିଥିବା ବେଳେ ସେ ୫ଟି ଶତକ ଓ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Related posts

କେବେ ହେବ IPL 2026, ଏହି କାରଣରୁ ହେଉନି ଶେଡ୍ୟୁଲ୍ ଘୋଷଣା

Odisha Sports Bureau

ମହାକାଳଙ୍କ ଭସ୍ମ ଆଳତୀରେ ସାମିଲ ହେଲେ ଭାରତୀୟ ମହିଳା ଦଳ

Odisha Sports Bureau

ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ

Odisha Sports Bureau