Hockey

ଦର୍ଶକଙ୍କ ସହ ଝୁମିଲେ ଓ ଗୀତ ଗାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

(ଓଡିଶା ସ୍ପୋର୍ଟ): ହକି ଇଣ୍ଡିଆ ପକ୍ଷରୁ କ୍ରୀଡ଼ା ପ୍ରେମୀଙ୍କ ପାଇଁ ନିଆରା ଅନୁଭୂୂତି ସାଉଁଟିବା ଲାଗି ସୁଯୋଗ ସୃଷ୍ଟି କରାଯାଇଛି। ହକି ବିଶ୍ୱକପ ଅବସରରେ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଫ୍ୟାନ ଭିଲେଜକୁ ମଙ୍ଗଳବାରଠାରୁ ବିଭିନ୍ନ ଦଳର ଖେଳାଳିଙ୍କୁ ଆଣା ଯାଉଛି। ଏହି ପରିପ୍ରେକ୍ଷୀେରେ ପ୍ରଥମ ପଯର୍‌ୟାୟରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ଆସି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଅନ୍ୟପକ୍ଷରେ ଦର୍ଶକମାନେ ସେମାନଙ୍କ ସହ ମିଶିବା ସହିତ ସେଲ୍‌ଫି ନେବାର ମଜା ଉଠାଉଛନ୍ତି। ଏହି ଅବସରରେ ଖେଳାଳିମାନେ ସେମାନଙ୍କ ନୃତ୍ୟ ପ୍ରତିଭା ପ୍ରଦର୍ଶନ ସହ, ଅନୁଭୂତି ବର୍ଣ୍ଣନା କରିଛନ୍ତି। ”କଳିଙ୍ଗ ଷ୍ଟାଡିୟମ ବହୁତ ଭଲ, ଏଠାକାର ଦର୍ଶକ ଚମତ୍କାର, ପିଚ୍‌ ଓ ପରିବେଶ ମଧ୍ୟ ବଢ଼ିଆ“ ବୋଲି ଜଣେ ଖେଳାଳି ପ୍ରକାଶ କରିଛନ୍ତି। ଭାରତର ରାଞ୍ଚତ୍ ତାଙ୍କର ପ୍ରିୟ ସହର ବୋଲି ଅନ୍ୟ ଜଣେ ଖେଳାଳି ବର୍ଣ୍ଣନା କରିଛନ୍ତି। ଏହା ବ୍ୟତୀତ ନୂଆଦିଲ୍ଲୀ ଓ ଭୁବନେଶ୍ୱର ତାଙ୍କ ପସନ୍ଦର ସହର ବୋଲି କହିଛନ୍ତି। ଅନ୍ୟ ଜଣେ ଖେଳାଳିଙ୍କୁ ହିନ୍ଦିରେ କିଛି କହିବାକୁ କୁହା ଯାଇଥିଲା। ସେ ‘ନମସ୍ତେ’ ଓ ‘ବହୁତ ଆଚ୍ଛା’ ବୋଲି ଦୁଇଟି ଶବ୍ଦ ଉଚ୍ଚାରଣ କରିବାରୁ ଉପସ୍ଥିତ ଦର୍ଶକମାନେ କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଥିଲେ। ଭାରତ ବିପକ୍ଷ ପ୍ରଥମ ମ୍ୟାଚରେ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିଥିଲେ ଦକ୍ଷିଣ ଆଫ୍ରିକାର ଜେଥ୍ରୋ ୟୁଷ୍ଟିସ। ଏହି ମ୍ୟାଚ ତାଙ୍କ ପାଇଁ ସ୍ମରଣୀୟ ବୋଲି କହିବା ସହ ସେ ଟୁର୍ନାମେଣ୍ଟରେ ନିଜ ଦଳର ସ୍ଥିତି ସମ୍ପର୍କରେ ପ୍ରକାାଶ କରିଥିଲେ। ଏନ୍‌କୋବିଲ ଏନ୍‌ଟୁଲି ନିଜ ନୃତ୍ୟ ପ୍ରତିଭା ଦେଖାଇଥିଲେ। ଏହାପରେ ସମସ୍ତ ଖେଳାଳିମିଶି ମାସ୍କଟ ଓଲି ସହିତ ଷ୍ଟେପ୍‌ ଡ୍ୟାନ୍ସ କରିଥିଲେ। ଗୋଲକପର ରସି ପିଟର୍ସ ଗୀତ ଗାଇଥିଲେ। ଶେଷରେ ହକି ଷ୍ଟିକ୍‌ରେ ମ୍ୟାଜିକ ପ୍ରଦର୍ଶନ କରାଯାଇଥିଲା। ଦୁଇ ଖେଳାଳିଙ୍କ ମୁହଁରେ କଳାପଟି ବାନ୍ଧି ଦିଆ ଯାଇ ଷ୍ଟିକ୍‌ରେ ବଲ୍‌କୁ କିଏ କେତେ ସମୟ ଏୟାରରେ ରଖି ପାରୁଛି ତା’ର ପରୀକ୍ଷା କରାଯାଇଥିଲା। ଏଥିରେ ଏନ୍‌ଟୁଲି ମଧ୍ୟ ବାଜି ମାରିଥିଲେ। ଏହି ଅବସରରେ ଜଣେ କଳାକାର ତିନୋଟି ଲେଖାଏ ଛତା ଓ ଟୋପିରେ ମ୍ୟାଜିକ୍‌ ଦେଖାଇଥିଲେ।

Related posts

ଆଜିଠୁ କ୍ବାର୍ଟର ଫାଇନାଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନ

Odisha Sports Bureau

ବିଜୟ ମୁକୁଟ ପିନ୍ଧିଲେ ଭାରତୀୟ ମହିଳା ହକି ଦଳ

Odisha Sports Bureau

୭ ଉଇକେଟରେ ବାଂଲାଦେଶ ବିଜୟ

Odisha Sports Bureau