Cricket

ପଡ଼ିଆରେ କ୍ରିକେଟରଙ୍କ ମୃତ୍ୟୁ

(ଓଡିଶା ସ୍ପୋର୍ଟ): ଛାତିରେ ଯନ୍ତ୍ରଣା ହେବା ପରେ ଜଣେ ୨୪ ବର୍ଷିଆ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ଏଠାରେ ଖେଳାଯାଉଥିବା ଟେନିସ୍ ବଲ କ୍ରିକେଟ୍ ଟୁର୍ନାମେଣ୍ଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏ ନେଇ ସୁବରବନ ଭାନ୍ଦୁପଠାରେ ଥିବା ଏକ ମେଡିକାଲର ଡାକ୍ତର କହିଛନ୍ତି। ମୃତ କ୍ରିକେଟରଙ୍କ ନାମ ବୈଭବ କେସାରକାର। ମ୍ୟାଚ୍ ଖେଳୁଥିବାବେଳେ କେସାରକାରଙ୍କ ଛାତିରେ ଯନ୍ତ୍ରଣା ହୋଇଥ୍ତ୍ଲା। ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା। ପରେ ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଛି। ତାଙ୍କର ମରଶରୀର ପରିବାରବର୍ଗଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ସ୍ବାଭାବିକ ମୃତ୍ୟୁ ବୋଲି ଡାକ୍ତର ସତ୍ୟେନ ଭବସାର କହିଛନ୍ତି।

Related posts

ICC ରାଙ୍କିଙ୍ଗରେ ପୁଣି ଚମକିଲେ ଦୀପ୍ତି ଶର୍ମା, ଶୀର୍ଷରେ ବଜାୟ, ଏହି ଭାରତୀୟ ଖେଳାଳିମାନେ ମଧ୍ୟ ଡେଇଁଲେ

Odisha Sports Bureau

ସୁରତର ଜଣେ ବ୍ୟବସାୟୀ ବିରାଟଙ୍କୁ ଉପହାରରେ ଦେବେ ହୀରା ବ୍ୟାଟ

Odisha Sports Bureau

ଇଂଲଣ୍ଡରେ ମିତାଲୀଙ୍କ ରାଜ