Cricket

ଅଷ୍ଟ୍ରେଲିଆ ବାହିନୀ ଆଗରେ ୩୯୯ରନର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ମଧ୍ୟ ବିପର୍ୟ୍ୟୟ ପରିସ୍ଥିତି ଦେଇ ଗତିକରୁଛି ।ମେଲବର୍ଣ୍ଣ ଟେଷ୍ଟରେ ବିଜୟ ପାଇଁ ୩୯୯ ରନ ଟାର୍ଗେଟ ମିଳିଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଅଷ୍ଟ୍ରେଲିଆ ୪୦ ଓଭରରେ ୫ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିଛି ।ଭାରତ ୪ର୍ଥ ଦିନରେ ଶନିବାର ଖୁବ ଶୀଘ୍ର ୩ ୱିକେଟ ହରାଇବା ପରେ ଦ୍ୱିତୀୟ ପାଳିରେ ୮ ୱିକେଟ ହରାଇ ୧୦୬ ରନରେ ଘୋଷଣା କରିଥିଲା । ୪ ଟେଷ୍ଟ ମ୍ୟାଚର ୩ୟ ମୁକାବିଲାରେ ଭାରତ ପ୍ରଥମ ଇନିଂସରେ ୭ୱିକେଟ ହରାଇ ୪୪୩ ରନ କରିଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୫୧ ରନରେ ଅଲ ଆଉଟ ହେବା ପରେ ୩୯୯ ରନ ବିଜୟ ଲକ୍ଷ୍ୟ ମିଳିଛି ।

ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଂ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ବିପର୍ୟ୍ୟୟର ଶିକାର ହୋଇଥିଲେ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ବୋଲରମାନେ ୨ୟ ଇନିଂସରେ ଘାତକ ବୋଲିଂ କରିଛନ୍ତି । ପେଟ କମ୍ବିନ୍ସ କେବଳ ୧୧ ଓଭର ବୋଲିଂ କରି ୩ ମେଡେନ ନେଇଥିବା ବେଳେ ୨୭ ରନ ଖର୍ଚ୍ଚ କରି ୬ ୱିକେଟ ହାସଲ କରିଛନ୍ତି । ସେହିଭଳି ଜୋସ ହେଜଲବୁଡ ୧୦.୩ ଓଭର ବୋଲିଂ କରି ୩ ମେଡେନ ଓଭର ନେଇଛନ୍ତି । ସେ ୨୨ ରନ ଖର୍ଚ୍ଚ କରି ୨ ୱିକେଟ ନେଇଛନ୍ତି । କମ୍ବିନ୍ସଙ୍କ ବଲରେ ହନୁମା, ଚେତେଶ୍ୱର ପୂଜାରା, ଅଧିନାୟକ ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଦେଜା ଆଉଟ ହୋଇଥିଲେ ।

Related posts

ଆଫଗାନିସ୍ଥାନର ଜବରଦସ୍ତ ଜିତ ପରେ ରାସିଦ ଖାନଙ୍କୁ ଭିଡିଓ କଲ କରି ଶୁଭେଚ୍ଛା ଜଣାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଫୁଡ୍ ଡେଲିଭରି ବୟ ହେଲେ ବିଶ୍ୱକପର ଷ୍ଟାର ବୋଲର

Odisha Sports Bureau

ଚମତ୍କାର ବିଜୟ ପରେ ମଧ୍ୟ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିପାରିନି ଟିମ୍ ଇଣ୍ଡିଆ

Odisha Sports Bureau