Cricket

ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ

ମହିଳା ପ୍ରିମିୟର ଲିଗ ପାଇଁ ଖେଳାଳୀ ନୀଲାମୀ ହୋଉଛି । ଗତବର୍ଷ ମହିଳା ପ୍ରିମିୟର ଲିଗ ଆରମ୍ଭ ହୋଇଥିଲା । ମହିଳା ପ୍ରିମିୟର ଲିଗ ନିଲାମୀରେ ସବୁଠାରୁ ଦାମୀ ଖେଳାଳୀ ହୋଉଛନ୍ତି ସ୍ମୃତି ମନ୍ଧାନା । ଗତ ବର୍ଶ ପ୍ରମିୟମ ଲିଗ୍ ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍ମୃତି ମନ୍ଧନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଥିଲା ।

ଯଦି ପ୍ରଦର୍ଶନ କଥା କହିବା ତେବେ ଗତବର୍ଷ ସ୍ମୃତିଙ୍କ ପ୍ରଦର୍ଶନ ସବୁଠାରୁ ଖରାପ ଥିଲା । ଗତବର୍ଷ ସବୁଠାରୁ ଅଧିକ ରନ କରିଥିବା ୧୫ ଖେଳାଳୀଙ୍କ ମଧ୍ୟରେ ମଧ୍ୟ ସ୍ମୃତି ସ୍ଥାନ ପାଇ ନଥିଲେ । ଏହାସହ ସମୁଦାୟ ସିରିଜରେ ସେ ଗୋଟିଏ ବି ଅର୍ଦ୍ଧଶତକ କରିବାରେ ସଫଳ ହୋଇ ନଥିଲେ । ସେ ଆରସିବି ତରଫରୁ ୮ ଟି ମ୍ୟାଚ ଖେଳି ମୋଟ ୧୪୯ ରନ କରିବାରେ ସକ୍ଷମ ହୋଇଥିଲେ । ପୁରା ସିଜିନରେ ସେ ୨୨ ଟି ଚୌକା ଓ ୩ଟି ଛକ୍କା ମାରିଥିଲେ ।

ସେପଟେ ସ୍ମୃତିଙ୍କ ଖରାପ ପ୍ରଦର୍ଶନର ପ୍ରଭାବ ଦଳ ଉପରେ ପଡିଥିଲା । ଗତବର୍ଷ ଆରସିବି ୮ଟି ମ୍ୟାଚ ଖେଳି ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇଥିଲା । ଏହି କାରଣରୁ ଦଳ ପ୍ଲେ ଅଫରୁ ବାଦ ପଡିଥିଲା ।

Related posts

ଆଇସିସି ରାଙ୍କରେ ଶ୍ରେଷ୍ଠରେ ଇଶାନ କିଷନ, ତୃତୀୟରେ ଶୁଭମନ ଗିଲ୍

Odisha Sports Bureau

ଚମତ୍କାର ବିଜୟ ପରେ ମଧ୍ୟ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିପାରିନି ଟିମ୍ ଇଣ୍ଡିଆ

Odisha Sports Bureau

ଆନିମଲ୍ ଲୁକ୍ ରେ ଥାଲ୍ଲା : ଭାଇରାଲ ହେଉଛି ମାହିଙ୍କ ନୂଆ ଭିଡିଓ

Odisha Sports Bureau