Cricket

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳା ଜିତିଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଶେଷ ମ୍ୟାଚରେ ରେକର୍ଡ ବର୍ଷା ସହ ୧୩୫ ରନରେ ମ୍ୟାଚକୁ ଜିତି ନେଇଛି ଭାରତ। ଭାରତର ୨୮୩ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ୧୪୮ ରନରେ ଅଲଆଉଟ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତ ବ୍ୟାଟିଂ କରିଥିଲା।

ସଂଜୁ ସାମ୍ସନ୍, ତିଳକ ବର୍ମା ମିଳିତ ଭାବେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଥିଲେ। ପ୍ରଥମ ଓଭରରେ ଜୀବନଦାନ ପାଇବା ପରେ ଅଭିଷେକ ଶର୍ମା ୩୬ ରନ୍ କରି ଆଉଟ ହୋଇଥିଲେ। ପରେ ସଂଜୁ ସାମସନ ଓ ତିଳକ ବର୍ମା ଚୌକା ଛକା ବର୍ଷା କରିଥିଲେ। ତିଳକ ବର୍ମା ୪୭ ବଲରୁ ୧୨୦ ରନ କରିଥିବା ବେଳେ, ସଞ୍ଜୁ ସାମସନ ୫୬ ବଲରୁ ୧୦୯ ରନ ହାସଲ କରିଥିଲେ। ଜବାବରେ ୧୮୪ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୧୮ ଓଭର ୨ଟି ବଲରେ ସମସ୍ତ ଓ୍ବିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୩ଟି, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେର ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ।

 

Related posts

ଆସନ୍ତାକାଲି ୪ର୍ଥ ଦିନିକିଆ ହାମିଲଟନରେ

Odisha Sports Bureau

SA ୨୦ର ଚତୁର୍ଥ ସିଜିନ ପାଇଁ ପ୍ରିଟୋରିଆ କ୍ୟାପିଟାଲ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବେ ସୌରଭ ଗାଙ୍ଗୁଲି

Odisha Sports Bureau

ଭାରତ-ନ୍ୟୁଜିଲାଣ୍ଡ ୫ମ ଟି-୨୦: ସଞ୍ଜୁ ସାମସନ କି ଇଶାନ କିଶନ? ଶେଷ ମ୍ୟାଚ୍ ପୂର୍ବରୁ ଚୟନ ସସପେନ୍ସ

Odisha Sports Bureau