Cricket

ଆସନ୍ତାକାଲି ୪ର୍ଥ ଦିନିକିଆ ହାମିଲଟନରେ

(ଓଡିଶା ସ୍ପୋର୍ଟ): ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୪ର୍ଥ ମୁକାବିଲା ହାମିଲଟନରେ ଅନୁଷ୍ଠିତ ହେବା ୪ର୍ଥ ମ୍ୟାଚ ଟିମ ଇଣ୍ଡିଆର ସ୍ଥାୟୀ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଶୃଙ୍ଖଳାରେ ୩-୦ରେ ଅଗ୍ରଣୀ ଥିବା ଭାରତ ନିଜର ବିଜୟ ରଥ ଆଗାକୁ ଗଡ଼ାଇବା ପାଇଁ ଯୋଜନା କରୁଛି । ଅନ୍ୟପକ୍ଷରେ ଶୃଙ୍ଖଳା ହରାଇ ସାରିଥିବା ନ୍ୟୁଜିଲାଣ୍ଡ ଆତ୍ମସମ୍ମାନ ପାଇଁ ଉଦ୍ୟମ କରିବ । କାରଣ ଦ୍ୱିପାକ୍ଷୀକ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ଏଭଳି ଦୟନୀୟ ସ୍ଥିତିରେ କେବେ ବି ପରାସ୍ତ ହୋଇ ନାହିଁ ।

ହାମିଲଟନରେ ଭାରତ ଏଯାଏଁ ୯ଟି ମ୍ୟାଚ ଖେଳିଛି । ଏଥିରୁ ୩ଟିରେ ବିଜୟୀ ହୋଇଥିବା ବେଳେ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ହାମିଲଟନରେ ଭାରତ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଶେଷ ଥର ପାଇଁ ଏଠାରେ ୨୦୧୫ରେ ଖେଳିଥିଲା । ସେହି ସମୟରେ ଭାରତ ୮ ୱିକେଟରେ ଆୟରଲାଣ୍ଡକୁ ପରାସ୍ତ କରିଥିଲା । ଭାରତୀୟ ଟିମ ଏହା ବ୍ୟତୀତ ଏଠାରେ ନ୍ୟୁଜିଲାଣ୍ଡ ଏବଂ ଜିମ୍ବାୱେକୁ ହରାଇଛି ।

Related posts

କିଏ ଏହି ସୁନ୍ଦରୀ ଯାହାଙ୍କ ସହ ଆଇପିଏଲ୍ ଟ୍ରଫି ଜିତିବା ପରେ ନଜର ଆସିଲେ ଶ୍ରେୟସ୍ ଆୟର? ଭାଇରାଲ ହେଉଛି ଫଟୋ

ଭାରତ-ଶ୍ରୀଲଙ୍କା ସିରିଜ ଭିତରେ ପଶିଲା ଇଂଲଣ୍ଡ

ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL

Odisha Sports Bureau