Cricket

ରମାକାନ୍ତ ଆଚରେକରଙ୍କ ଦେହାନ୍ତରେ କଳା ବ୍ୟାଣ୍ଡ ପିନ୍ଧି ସମ୍ମାନ ଜଣାଇଲେ, ଭାରତୀୟ ଟିମ୍

(ଓଡିଶା ସ୍ପୋର୍ଟ): ଆଜି ସିଡ଼ନିରେ ଖେଳପଡ଼ିଆକୁ ହାତରେ କଳାବ୍ୟାଣ୍ଡ ପିନ୍ଧି ନଜର ଆସିଛନ୍ତି ଭାରତୀୟ କ୍ରିକେଟ ଟିମ । ଗତ କାଲି ରାତିରେ ସତାଅଶୀ ବର୍ଷରେ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ କୋଚ୍ ରମାକାନ୍ତ ଆଚରେକରଙ୍କ ଦେହାନ୍ତ ହୋଇଥିଲା। ତାଙ୍କର କ୍ରିକେଟ ପ୍ରତି ଅବଦାନକୁ ସମ୍ନାନ ଜଣାଇବାକୁ ଆଜି ସକାଳେ ସିଡ଼ନୀ ଖେଳପଡ଼ିଆରେ ବାହୁରେ କଳା ବ୍ୟାଣ୍ଡ ଲଗାଇ ଅଷ୍ଟ୍ରେଲିଆ ବିପକ୍ଷରେ ପାଇନାଲ ଟେଷ୍ଟ ଖେଳିବାକୁ ବହାରିଥିଲା।

କଳା ବ୍ୟାଣ୍ଡ ବିଷୟରେ ବିସିସିଆଇ କହିଛନ୍ତି , କ୍ରିକେଟ ଜଗତର ଜଣେ କିମ୍ବଦନ୍ତୀ କୋଚଙ୍କ ବିୟୋଗକୁ ସମ୍ନାନ ଜଣାଇବାକୁ ଯାଇ ହାତରେ କଳା ବ୍ୟାଣ୍ଡ ପିନ୍ଧିଛନ୍ତି ଭାରତୀୟ କ୍ରିକେଟ ଟିମ୍ । ଅପରପକ୍ଷରେ ଅଷ୍ଟ୍ରେଲିଆର ସମସ୍ତ ଖେଳାଳୀଙ୍କ ହାତରେ ମଧ୍ୟ ଦେଖିବାକୁ ମିଳିଥିଲା କଳା ବ୍ୟାଣ୍ଡ । ଖେଳାଳୀମାନେ ପୂର୍ବତନ ଟେଷ୍ଟ ଖେଳାଳୀ ବିଲ୍ ୱାଟସନଙ୍କୁ ସମ୍ମାନ ଜଣାଇ ଏପରି କରିଥିବା ଜଣାପଡ଼ିଛି। ୱାଟସନଙ୍କର ଦେହାନ୍ତ ଗତ ଡ଼ିସେମ୍ବର ୩୧ ତାରିଖରେ ସତାଇଶୀ ବର୍ଷରେ ତାଙ୍କର ଦେହାନ୍ତ ହୋଇଥିଲା।
ଭାରତୀୟ କ୍ରିକେଟ୍କୁ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ୧୯୯୦ରେ ଦ୍ରୋଣାଚାର୍ୟ୍ୟ ପୁରସ୍କାର, ୨୦୧୦ରେ ପଦ୍ମଶ୍ରୀ ଏବଂ ସେହି ବର୍ଷ ଜୀବନ ବ୍ୟାପି ଅବଦାନ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ସଚିନ୍ ମଧ୍ୟ ତାଙ୍କର ସଫଳତାର ଶ୍ରେୟ ଆଚରେକରଙ୍କୁ ଦେଇଥାନ୍ତି । ଏମିତିକି ପ୍ରତି ଗୁରୁ ଦିବସରେ ସେ ଓ କାମ୍ବଲି ତାଙ୍କୁ ଭେଟି ଆଶୀର୍ବାଦ ନେଇଥାନ୍ତି ।

Related posts

ପାକିସ୍ତାନ କ୍ରୀଡାମନ୍ତ୍ରୀଙ୍କ ବଡ ବୟାନ, ଆମେ ବିଶ୍ୱକପ ଖେଳିବାକୁ ଭାରତ ଯିବୁନି

ହନୁମାନଙ୍କ ଭକ୍ତ ରିଙ୍କୁ ସିଂ: କହିଲେ କ୍ରିକେଟ କ୍ୟାରିୟରର କାହାଣୀ ।

Odisha Sports Bureau

ଚାଲିଛି   ଆଇପିଏଲ ୨୦୨୫ର ୧୦ତମ ମ୍ୟାଚ୍: ବ୍ୟାଟିଂ କରୁଛି SHR

Odisha Sports Bureau